ମିଲାନରେ ବିମାନ ଦୁର୍ଘଟଣା, ୮ ମୃତ

ମିଲାନ: ରୋମାନିଆର ବିଲିୟନେୟାର ଡେନ୍‌ ପେଟ୍ରେସ୍କୁଙ୍କ ଦ୍ବାରା ପରିଚାଳିତ ଏକ ହାଲୁକା ବିମାନ ରବିବାର ଇଟାଲିର ମିଲାନ ନିକଟରେ ନିୟନ୍ତ୍ରଣ ହରାଇ ଏକ କୋଠାରେ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ପେଟ୍ରେସ୍କୁ, ତାଙ୍କ ପତ୍ନୀ ଓ ପୁଅ ଏବଂ ବିମାନରେ ଥିବା ଅନ୍ୟ ୫ ଜଣଙ୍କ ମୃତ୍ୟୁ ହୋଇଥିଲା। ସିଙ୍ଗଲ ଇଞ୍ଜିନ୍‌ ପିଲାଟସ୍‌ ପିସି-୧୨ ମିଲାନର ଲିନେଟ୍‌ ବିମାନ ବନ୍ଦରରୁ ଦିନ ଗୋଟାଏବେଳେ ଇଟାଲିର ସାର୍ଡିନିୟା ଦ୍ବୀପକୁ ଉଡ଼ାଣ ଆରମ୍ କରିଥିଲା। ଉଡାଣ ଭରିବାର ମାତ୍ର କିଛି ସମୟ ପରେ ମିଲାନର ଦକ୍ଷିଣ-ପୂର୍ବ ସହରରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। କୋଠାରେ ପିଟି ହେବା ପୂର୍ବରୁ ବିମାନରେ ନିଆଁ ଲାଗି ଯାଇଥିଲା।

ସମ୍ବନ୍ଧିତ ଖବର