‘ଦିଦି କେମିତି ଅଛନ୍ତି’ ମମତାଙ୍କ ମନ୍ତ୍ରୀଙ୍କୁ ଏହି ପ୍ରଶ୍ନ କଲେ ପ୍ରଧାନମନ୍ତ୍ରୀ

କୋଲକାତା: ଦିଦି କେମିତି ଅଛନ୍ତି? ଦିଦିଙ୍କ ଦେହ ଭଲ ଅଛି ତ! ଟିଏମସି ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମନ୍ତ୍ରୀ ସୁଜିତ ବୋଷଙ୍କୁ ଏଭଳି ପ୍ରଶ୍ନ କରିଛନ୍ତି ପ୍ରଧାନମନ୍ତ୍ରୀ | ବାସ୍ତବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମାର୍ଚ୍ଚ ୨ ରେ ଦୁଇ ଦିନିଆ ପଶ୍ଚିମବଙ୍ଗ ଗସ୍ତ କରିଥିବାବେଳେ ଆଜି ସନ୍ଧ୍ୟାରେ ପୁଣି କୋଲକାତାରେ ପହଂଚିଛନ୍ତି । ଏକ ସପ୍ତାହ ମଧ୍ୟରେ ଏହା ହେଉଛି ତାଙ୍କର ଦ୍ୱିତୀୟ ଗସ୍ତ | ମଙ୍ଗଳବାର ସନ୍ଧ୍ୟାରେ କୋଲକାତା ବିମାନବନ୍ଦରରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ମମତା ବାନାର୍ଜୀଙ୍କ ସମ୍ପର୍କରେ ପଚାରି ବୁଝିଥିଲେ । ମୋଦୀଙ୍କୁ ରାଜ୍ୟ ଅଗ୍ନିଶମ ଏବଂ ଜରୁରୀକାଳୀନ ସେବା ମନ୍ତ୍ରୀ ସୁଜିତ ବୋଷ ସ୍ୱାଗତ କରିବା ପାଇଁ ବିମାନବନ୍ଦରରେ ପହଂଚିଥିଲେ। ପ୍ରୋଟୋକଲ ଦୃଷ୍ଟିରୁ ପ୍ରଧାନମନ୍ତ୍ରୀ ମୋଦୀ ଏକ ସରକାରୀ ଗସ୍ତରେ ଥିବାରୁ ରାଜ୍ୟ ମନ୍ତ୍ରୀ ସୁଜିତ ବୋଷ ତାଙ୍କୁ ସ୍ୱାଗତ କରିବାକୁ ଆସିଥିଲେ। ଯେତେବେଳେ ମୋଦୀ ତାଙ୍କୁ ଭେଟିଥିଲେ, ସେତେବେଳେ ସେ ମମତା ଦିଦିଙ୍କ ବିଷୟରେ ପଚାରି ବୁଝିଥିଲେ ।

ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତରରେ ସୁଜିତ ବୋଷ କହିଛନ୍ତି ଯେ ମୋଦୀ ମୋତେ ପଚାରିଲେ, ଦିଦି କିପରି ଅଛନ୍ତି? ମୁଁ କହିଲି ଆପଣ ଭଲ ଅଛନ୍ତି ତ! ସୁଜିତ କହିଛନ୍ତି ଯେ ଏହି ଦୁଇ ପଦ କଥାବାର୍ତ୍ତା ହେବା ବ୍ୟତୀତ ଅନ୍ୟ କୌଣସି ବାର୍ତ୍ତାଳାପ ହୋଇନାହିଁ। ଉଲ୍ଲେଖ ଥାଉ କି ମାର୍ଚ୍ଚ ୧ ରେ ମୋଦୀ କୋଲକାତାରେ ପହଞ୍ଚିଥିଲେ ଏବଂ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସନ୍ଧ୍ୟାରେ ରାଜଭବନରେ ତାଙ୍କୁ ଭେଟିଥିଲେ। ଆଜି ସେ ପୁଣି କୋଲକାତାରେ ପହଞ୍ଚିଥିବାବେଳେ ରାଜଭବନରେ ରାତିରେ ରହିବେ। ଆସନ୍ତାକାଲି ସକାଳେ ସେ ବିଭିନ୍ନ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ ସହ ଉଦଘାଟନ କରିବେ |

ସମ୍ବନ୍ଧିତ ଖବର