ନୂଆଦିଲ୍ଲୀ: ଗୁରୁବାର ଦିନ ରାଜସ୍ଥାନର ପୋଖରାନ୍‌ ଅନ୍ତର୍ଗତ ମହାଜନ ଫାଇରିଙ୍ଗ୍‌ ରେଞ୍ଜେସ୍‌ରେ ରୁଟିନ୍‌ ଫିଲ୍‌ଡ୍‌ ଫାଇରିଙ୍ଗ୍‌ ତାଲିମ ଅଭ୍ୟାସ ବେଳେ ଗୋଟାଏ ଟି-୯୦ କମାଣର ବ୍ୟାରେଲ୍‌ ବିସ୍ଫୋରଣ ହେବାରୁ ଭାରତୀୟ ସେନାର ଜଣେ ଯବାନଙ୍କର ମୃତ୍ୟୁ ଘଟିଛି।

Advertisment

ସେନାବାହିନୀ ତରଫରୁ ଗଣମାଧ୍ୟମକୁ ଜଣେ ବରିଷ୍ଠ ସେନା ଅଧିକାରୀ କହିଛନ୍ତି ଯେ ଆଜି ମହାଜନ ରେଞ୍ଜେସ୍‌ରେ ରୁଟିନ୍‌ ଫିଲ୍‌ଡ୍‌ ଫାଇରିଙ୍ଗ୍‌ ତାଲିମ୍‌ ସମୟରେ ଗୋଟାଏ ଟି-୯୦ କମାଣର ବ୍ୟାରେଲ୍‌ ଫାଟିଯିବାରୁ ଜଣେ ଯବାନଙ୍କର ମୃତ୍ୟୁ ଘଟିଛି।

publive-image Image Source: NDTV

ଘଟଣାର ତଦନ୍ତ ସକାଶ ସେନା କୋର୍ଟ ଅଫ୍‌ ଇନ୍‌କ୍ୱାରି ଗଠନ କରିଛି। ସେନା ଅଧିକାରୀଜଣକ ପୁଣି କହିଛନ୍ତି ଯେ ଅବହେଳା କାରଣରୁ ଦୁର୍ଘଟଣା ଘଟିଛି ଏବଂ ସେହି ଅନୁସାରେ ତଦନ୍ତ କରାଯିବ। ଏଥିପାଇଁ ଦାୟୀ ବ୍ୟକ୍ତିମାନେ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବେ।

ଏହି ମରଣାନ୍ତକ ଦୁର୍ଘଟଣା ସଂକ୍ରାନ୍ତରେ ସେନା ମୃତ ଯବାନଙ୍କ ପରିବାରର ସଦସ୍ୟମାନଙ୍କୁ ଖବର ଦେବ।

ପାକିସ୍ତାନର ସୀମା ପାଖାପାଖି ପୋଖରାନ୍‌ ମରୁଭୂମିରେ ମହାଜନ ଫିଲ୍‌ଡ୍‌ ଫାଇରିଙ୍ଗ୍‌ ରେଞ୍ଜ୍‌ ହେଉଛି ସେନାର ସର୍ବପୁରାତନ ଓ ସର୍ବବୃହତ୍‌ ଅଭ୍ୟାସ ଅଞ୍ଚଳ।