ଉତ୍ତରପ୍ରଦେଶରେ ୧ ହଜାର ଲୋକଙ୍କୁ ଧର୍ମାନ୍ତୀକରଣ ଷଡଯନ୍ତ୍ରର ଖୁଲାସା କଲା ଏଟିଏସ

ଲଖନଉ: ଧର୍ମାନ୍ତୀକରଣର ଏକ ବଡ ଷଡଯନ୍ତ୍ରକୁ ଉତ୍ତରପ୍ରଦେଶ ପୁଲିସ ପଣ୍ଡ କରିଛି | ଏହି ଷଡଯନ୍ତ୍ରରେ ସମ୍ପୃକ୍ତ ଥିବା ଦୁଇ ଜଣ ବ୍ୟକ୍ତିଙ୍କୁ ଦିଲ୍ଲୀର ଜାମିଆ ନଗରରୁ ଉତ୍ତରପ୍ରଦେଶ ଏଟିଏସ୍ ଗିରଫ କରିଛି। ଧର୍ମାନ୍ତୀକରଣ ଷଡଯନ୍ତ୍ର ପଛରେ ୟୁପି ଏଟିଏସ୍ ପାକିସ୍ତାନର ଗୁପ୍ତଚର ଏଜେନ୍ସି ଆଇଏସଆଇର ଅର୍ଥ ପ୍ରଦାନ କରିବାର ପ୍ରମାଣ ପାଇଛି। ଉତ୍ତରପ୍ରଦେଶ ଏଡିଜି ପ୍ରଶାନ୍ତ କୁମାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଜୁନ୍ ୨, ୨୦୨୧ରେ ଦୁଇଜଣ ଲୋକ ଏକ ମନ୍ଦିରରେ ବେଆଇନ ଭାବେ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ।

ଏହି ମାମଲାରେ ଦୁଇ ଜଣଙ୍କୁ ଗିରଫ କରାଯାଇଥିଲା। ଦୁଇ ଅଭିଯୁକ୍ତଙ୍କ ନାମ ହେଉଛି ବିପୁଳ ବିଜୟଭର୍ଗିଆ ଏବଂ କାଶୀଫ। ଯେତେବେଳେ ସେମାନଙ୍କୁ ପଚରାଉଚରା କରାଯାଇଥିଲା, ସେମାନେ କିଭଳି ଟଙ୍କା ଓ ଧମକଚମକ ଦେଇ ଲୋକଙ୍କ ଧର୍ମ ପରିବର୍ତ୍ତନ କରାଉଛନ୍ତି ସେ ବିଷୟରେ କହିଥିଲେ | ଏଡିଜି ଆହୁରି ମଧ୍ୟ କହିଛନ୍ତି ଯେ ଅନୁସନ୍ଧାନରେ ଗୌତମ ନାମକ ଜଣେ ବ୍ୟକ୍ତିଙ୍କ ନାମ ସାମ୍ନାକୁ ଆସିଛି | ସେ ଜାମିଆ ନଗର, ବାଟଲା ହାଉସର ବାସିନ୍ଦା ହୋଇଥିବାବେଳେ ସେ ନିଜେ ମଧ୍ୟ ଧର୍ମ ପରିବର୍ତ୍ତନ କରିଛି |

ପଚରାଉଚରା ଏବଂ ଅନୁସନ୍ଧାନ ପରେ ତାଙ୍କ ସାଥୀ ଜାହାଙ୍ଗୀର ଆଲାମଙ୍କୁ ଗିରଫ କରାଯାଇଥିଲା। ଯେଉଁଥିରୁ ଏହା ଜଣାପଡିଥିଲା ​​ଯେ ଜାହାଙ୍ଗୀର ଆଲାମ ପ୍ରାୟ ୧ ହଜାର ଲୋକଙ୍କୁ ପ୍ରଲୋଭିତ କରି କିମ୍ବା ଭୟଭୀତ କରି ଧର୍ମ ପରିବର୍ତ୍ତନ କରାଇଥିଲା । ନୋଏଡା, କାନପୁର, ମଥୁରା ଏବଂ ବାରାଣାସୀ ସମେତ ଅନ୍ୟାନ୍ୟ ସ୍ଥାନରେ ଏଭଳି ଧର୍ମ ପରିବର୍ତ୍ତନ ହୋଇଥିବାବେଳେ ଦେଶର ଅନ୍ୟ ସ୍ଥାନରେ ମଧ୍ୟ ଧର୍ମାନ୍ତୀକରଣର ଏହି ରାକେଟ ଚାଲିଛି।

ସମ୍ବନ୍ଧିତ ଖବର