ପ୍ରାଣ ହରାଇଲେଣି ଋଷର ୪,୩୦୦ ଯବାନ, ଏବେ ଋଷକୁ ଟକ୍କର ଦେବାକୁ ହାତରେ ବନ୍ଧୁକ ଧରି‌ଲେ ୟୁକ୍ରେନ ନାଗରିକ

ନୂଆଦିଲ୍ଲୀ: ୪ଦିନ ଧରି ଯୁଦ୍ଧ ଲାଗିରହିଥିବା ବେଳେ ଏବେ ୟୁକ୍ରେନର ନାଗରିକ ଋଷର ସେନା ବିରୋଧରେ ଅସ୍ତ୍ର ଉଠାଇଛନ୍ତି। ଦିନକୁ ଦିନ ଋଷ ସେନା ଆଗକୁ ବଢ଼ୁଥିବା ବେଳେ ଗୋଟେ ପରେ ଗୋଟେ ୟୁକ୍ରେନର ସହର ନିଜ ଅକ୍ତିଆରକୁ ନେବାରେ ଲାଗିଛି। ଏଭଳି ସ୍ଥିତିରେ ଆମ ସହରରେ ଋଷ ସେନା ପ୍ରବେଶ କଲେ ଆମେ ଚୁପ ବସିବୁ ନାହିଁ ବୋଲି କହିଛନ୍ତି ୟୁକ୍ରେନବାସୀ। ସେମାନଙ୍କୁ ସୁରକ୍ଷା ଦେବା ପାଇଁ ୟୁକ୍ରେନ ସୈନ୍ୟବାହିନୀ ନିୟୋଜିତ ହୋଇଥିଲେ ହେଁ, ଯଦି ବିପଦ ବଢ଼ିଯାଏ, ତେବେ ସହରର ପ୍ରତ୍ୟେକ ଘରର ଝରକା ପାଖରୁ ଗୁଳିବର୍ଷା ହେବ ବୋଲି ୟୁକ୍ରେନବାସୀ କହିଛନ୍ତି। ତେଣୁ ବର୍ତ୍ତମାନ ଏହା ସ୍ପଷ୍ଟ ହୋଇଛି ଯେ ୟୁକ୍ରେନରେ ଗୋରିଲା ଯୁଦ୍ଧ ପାଇଁ ପ୍ରସ୍ତୁତି ଚାଲିଛି। ଏନେଇ ଲୋକମାନଙ୍କୁ ପ୍ରସ୍ତୁତ କରାଯାଉଥିବା ଜଣାପଡ଼ିଛି।

ୟୁକ୍ରେନର ଲୋକମାନେ କହିଛନ୍ତି ଯେ ଋଷର ସେନା କିଭ୍ ଏବଂ ଖାର୍କିଭରେ ପ୍ରବେଶ କରିଛନ୍ତି। ରୁଷିଆର ଟ୍ୟାଙ୍କର ସହର ଆଡ଼କୁ ଗତି କରୁଛି। ଏବେ କିଭକୁ ଦଖଲ ପାଇଁ ପ୍ରସ୍ତୁତି ଚାଲିଛି। ଏଭଳି ପରିସ୍ଥିତିରେ ଲୋକମାନେ କୁହିଛନ୍ତି ଯେ ବର୍ତ୍ତମାନ ନିଜ ହାତରେ ଅସ୍ତ୍ରଶସ୍ତ୍ର ଧରିବାକୁ ମାନସିକ ସ୍ତରରେ ପ୍ରସ୍ତୁତ ହେଉଛନ୍ତି। ଦେଶର ସୁରକ୍ଷା ପାଇଁ ସେମାନେ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି।

ଅନ୍ୟପକ୍ଷରେ, ୟୁକ୍ରେନ ସେନାର ଆକ୍ରମଣରେ ଋଷର ୪,୩୦୦ ଯବାନ ପ୍ରାଣ ହରାଇଥିବା ନେଇ ଦାବି କରିଛି ୟୁକ୍ରେନ। ଏହା ସହ ରୁଷୀୟ ସୈନ୍ୟମାନଙ୍କ ପ୍ରାୟ ୧୪୬ଟ୍ୟାଙ୍କର, ୨୭ଟି ବିମାନ ଏବଂ ୨୬ଟି ହେଲିକପ୍ଟର ୟୁକ୍ରେନ ସେନା ନଷ୍ଟ କରିଦେଇଥିବ‌ା ଦାବି କରାଯାଇଛି।

ସମ୍ବନ୍ଧିତ ଖବର