ବଲିଉଡରେ ଅଭିନୟ କରିବାକୁ ଋଷିଆରୁ ଆସିଥିବା ଯୁବତୀ ଦୁଷ୍କର୍ମର ଶିକାର

ମୁମ୍ବାଇ: ବଲିଉଡରେ ଅଭିନୟ କରିବା ପାଇଁ ଋଷିଆରୁ ଆସିଥିଲେ ଯୁବତୀ | କିନ୍ତୁ ଯୁବତୀ ଜଣକ ଦୁଷ୍କର୍ମ ଶିକାର ହୋଇଥିବାର ଅଭିଯୋଗ ଆଣିଛନ୍ତି | ବଡ କଥା ଯେ ଯୁବତୀ ଜଣକ ଜଣେ ପୁଲିସ ଅଧିକାରୀଙ୍କ ବିରୋଧରେ ଦୁଷ୍କର୍ମ କରିଥିବାର ଅଭିଯୋଗ ଆଣିଛନ୍ତି | ମିଳିଥିବା ସୂଚନା ମୁତାବକ ବଲିଉଡରେ ଅଭିନୟ କରିବା ପାଇଁ ୨୦୦୪ ମସିହାରେ ଋଷିଆରୁ ଯୁବତୀ ଜଣକ ଭାରତ ଆସିଥିଲେ | କିନ୍ତୁ ତାଙ୍କର ଭିସା ଅବଧି ସରିଯାଇଥିଲା | ଭିସା ଅବଧି ବଢାଇବାକୁ ସେ ଜଣେ ପୁଲିସ ଇନ୍ସପେକ୍ଟରଙ୍କର ସାହାଯ୍ୟ ଲୋଡ଼ିଥିଲେ | ପୁଲିସ ଅଧିକାରୀ ଜଣକ ଭିସା କରାଇଦେବାର ପ୍ରତିଶୃତି ଦେଇ ତାଙ୍କୁ ବାରମ୍ବାର ଦୁଷ୍କର୍ମ କରିଥିଲେ |

ଯେତେବେଳେ ବି ଯୁବତୀ ଜଣକ ଗର୍ଭବତୀ ହେଇଯାଉଥିଲେ ତାଙ୍କର ବଳପୂର୍ବକ ଗର୍ଭପାତ ମଧ୍ୟ କରିଦିଆଯାଉଥିଲା | ଯୁବତୀ ଜଣକ ଏବେ ମୁମ୍ବାଇର ଚେମ୍ବୁର ପୁଲିସ ଷ୍ଟେସନରେ ଏ ନେଇ ଅଭିଯୋଗ କରିଛନ୍ତି | ପୀଡିତା ଜଣକ ପୁଲିସ ଇନ୍ସପେକ୍ଟର ଅନିଲ ଯାଦବଙ୍କ ନାମରେ ଅଭିଯୋଗ ଆଣିଛନ୍ତି |

ଯୁବତୀଙ୍କ ଓକିଲଙ୍କ କହିବା ମୁତାବକ ଇନ୍ସପେକ୍ଟର ଜଣକ ଯୁବତୀଙ୍କୁ ଦୁଷ୍କର୍ମ କରିବା ପରେ ତିନିଥର ତାଙ୍କର ଗର୍ଭପାତ କରାଇଥିଲେ | ପରେ ଯୁବତୀଙ୍କ ଧର୍ମ ପରିବର୍ତ୍ତନ କରାଇ ତାଙ୍କୁ ବିବାହ ମଧ୍ୟ କରିଥିଲେ | ବର୍ତ୍ତମାନ ଇନିସ୍ପେକ୍ଟରଙ୍କ ଔରସରୁ ପୁତ୍ର ସନ୍ତାନଟିଏ ଥିବାବେଳେ ଯୁବତୀ ଓ ତାଙ୍କ ପୁଅକୁ ପୁଲିସ ଜଣକ ହତ୍ୟା କରିବାକୁ ଉଦ୍ୟମ କରୁଥିବାର ଥାନାରେ ଅଭିଯୋଗ କରାଯାଇଛି |

ସମ୍ବନ୍ଧିତ ଖବର