ସେତେବେଳେ ବି ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ହୋଇପାରିଥାନ୍ତେ : ସଂଜୟ ରାଉତ

ମୁମ୍ବାଇ : ପାତ୍ରା ଚାୱଲ ମନି ଲଣ୍ଡରିଂ ମାମଲାରେ ଜାମିନ ପାଇଥିବା ଶିବସେନା ନେତା ସଞ୍ଜୟ ରାଉତ କହିଛନ୍ତି ଯେ ଯଦି ବିଜେପି ଶିବସେନା ସହିତ ହୋଇଥିବା ପୂର୍ବ ବୁଝାମଣାକୁ ସମ୍ମାନ ଦେଇଥାନ୍ତା ତେବେ ସେତେବେଳେ ବି ଏକନାଥ ସିନ୍ଦେଙ୍କୁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ କରାଯାଇଥାନ୍ତା । ବିଜେପି ଶିବସେନାକୁ ଦୁଇଭାଗ କରିଦେଇଛି ବୋଲି ସେ ଅଭିଯୋଗ କରିଛନ୍ତି ।

ଗଣମାଧ୍ୟମ ସହ କଥାବାର୍ତ୍ତା କରି ସଞ୍ଜୟ ରାଉତ କହିଛନ୍ତି, ମହାରାଷ୍ଟ୍ର ନିର୍ବାଚନ ପୂର୍ବରୁ ଆମେ ବିଜେପି ସହିତ ଏକ ମେଣ୍ଟ କରିଥିଲୁ ଯେ ଜିତିଲେ କ୍ଷମତାକୁ ୫୦:୫୦ ଆଧାରରେ ବାଣ୍ଟିଦିଆଯିବ। ଆମେ ହିନ୍ଦୁତ୍ୱକୁ ଆଗକୁ ନେବାକୁ ଚାହୁଁଥିଲୁ, ଯାହା ଉଭୟ ଦଳର ମୂଳ ଆଦର୍ଶ ବୋଲି ରାଉତ କହିଛନ୍ତି ।
ଯେତେବେଳେ ସିନ୍ଦେଙ୍କୁ ମୁଖ୍ୟମନ୍ତ୍ରୀ କରିବାର ଥିଲା, ସେତେବେଳେ ଉଦ୍ଧବ ଠାକରେ କିପରି ମୁଖ୍ୟମନ୍ତ୍ରୀ ହୋଇଥିଲେ ବୋଲି ପଚରାଯିବାରୁ ରାଉତ କହିଛନ୍ତି ଯେ ବିଭିନ୍ନ ପରିସ୍ଥିତିରେ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ହୋଇଥିଲେ।

ସେ କହିଛନ୍ତି ଯେ ଶିବସେନା ଶରଦ ପାୱାରଙ୍କ ଏନସିପି ଏବଂ କଂଗ୍ରେସ ସହିତ ମହାମେଣ୍ଟ କରିବା ପରେ ମେଣ୍ଟ ଅନୁଯାୟୀ ୨୦୧୯ରେ ସରକାର ଗଠନ ହୋଇଥିଲା ।
ରାଉତ ଅଭିଯୋଗ କରିଛନ୍ତି ଯେ ବିଜେପି ଶିବସେନାକୁ ଭାଙ୍ଗିଦେଇଛି, କିନ୍ତୁ ପୂର୍ବର ବୁଝାମଣା ଅନୁସାରେ କ୍ଷମତା ଭାଗ କରିଛି ଓ ଏକନାଥଙ୍କ ନେତୃତ୍ବରେ ସରକାର ଚାଲିଛି ।

ସମ୍ବନ୍ଧିତ ଖବର