ପୁଞ୍ଚ ଆତଙ୍କବାଦୀ ଆକ୍ରମଣ : ସଂଦିଗ୍ଧ ଆତଙ୍କବାଦୀଙ୍କ ସ୍କେଚ୍ ଜାରି କଲା ସେନା

ଜମ୍ମୁ : ଜମ୍ମୁ-କଶ୍ମୀରର ପୁଞ୍ଚ ଜିଲ୍ଲାରେ ଭାରତୀୟ ବାୟୁସେନା କନଭୟ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ସମ୍ପୃକ୍ତ ଥିବା ଦୁଇ ଜଣ ଆତଙ୍କବାଦୀଙ୍କ  ସ୍କେଚ୍ ବା ରେଖାଚିତ୍ର ଜାରି କରିଛି ସେନା । ସେମାନଙ୍କ ସଂପର୍କରେ ସୂଚନା  ଦେଲେ ୨୦ ଲକ୍ଷ ଟଙ୍କାର ପୁରସ୍କାର ମିଳିବ ଘୋଷଣା କରାଯାଇଛି। ଏହା ସହ ଉଭୟ ଆତଙ୍କବାଦୀଙ୍କୁ ଗିରଫ କରିବା ପାଇଁ ସୁରକ୍ଷା ବାହିନୀର ଟିମ୍ ସର୍ଚ୍ଚ ଅପରେସନ ମଧ୍ୟ ଚଳାଇଛନ୍ତି ।

ସୂଚନାଯୋଗ୍ୟ, ଶନିବାର (ମେ ୪, ୨୦୧୯) ସନ୍ଧ୍ୟାରେ ପୁଞ୍ଚ  ଜିଲ୍ଲାର ଶାହସିତାର ନିକଟରେ ଆତଙ୍କବାଦୀମାନେ ଭାରତୀୟ ବାୟୁସେନାର ଏକ ଗାଡ଼ି ଉପରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ଜଣେ ସେନା ଯବାନ ଚିକିତ୍ସାଧୀନ ଅବସ୍ଥାରେ ସହିଦ ହୋଇଥିବା ବେଳେ ଅନ୍ୟ ୪ ଜଣ ସେନା ଯବାନ ଆହତ ହୋଇଛନ୍ତି।

ହିନ୍ଦୁସ୍ତାନ ଟାଇମ୍ସର ରିପୋର୍ଟ ଅନୁଯାୟୀ, ଆତଙ୍କବାଦୀ ଆକ୍ରମଣ ପରଠାରୁ ସଶସ୍ତ୍ର ବାହିନୀର ଯବାନମାନେ ସହସିତାର ଅଞ୍ଚଳରେ ସର୍ଚ୍ଚ ଅପରେସନ ଚଳାଇଛନ୍ତି। ଆତଙ୍କବାଦୀଙ୍କୁ ଠାବ କରିବା ପାଇଁ ସେମାନେ ସଶସ୍ତ୍ର ବୁଲେଟପ୍ରୁଫ୍ ଗାଡ଼ି ଏବଂ ଡଗ୍ ସ୍କ୍ୱାଡ୍ ମୁତୟନ କରିଛନ୍ତି। ଏହା ପୂର୍ବରୁ ରବିବାର ଅନେକ ବରିଷ୍ଠ ଅଧିକାରୀ ମଧ୍ୟ ଘଟଣାସ୍ଥଳ ପରିଦର୍ଶନ କରିଥିଲେ।

ସମ୍ବନ୍ଧିତ ଖବର