ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଯେଉଁ କାମ ବିଶେଷ ତାକୁ ପ୍ରଥମେ ଶେଷ କରିବାକୁ ଚେଷ୍ଟା କରନ୍ତୁ। ଖୁସି ଖବର ପାଇବେ। ଲେଖକଙ୍କ ଲାଗି ଭଲ ଦିନଟିଏ। ବିବାହିତ ନିଜ ସାଥୀଙ୍କ ଭାବନା ବୁଝନ୍ତୁ।

ବୃଷ: ବୁଦ୍ଧି ଖଟାଇ କାମ କଲେଯାଇ ବ୍ୟବସାୟରେ ଉନ୍ନତି ହେବ। ରାଜନୀତି କାର୍ଯ୍ୟରେ ରୁଚି ବଢ଼ିବ। ଛାତ୍ର କ୍ୟାରିୟରରେ ଆଗକୁ ବଢ଼ିବା ଲାଗି ଗୁରୁଙ୍କର ସାହାଯ୍ୟ ନେବେ।

ମିଥୁନ: ଅଫିସରେ କୌଣସି ବିଷୟକୁ ନେଇ ବିବାଦ ହୋଇପାରେ। ଦରକାର ବେଳେ କିଛି ଲୋକ ଆପଣଙ୍କୁ ସାହାଯ୍ୟ କରିବେ। ପ୍ରଭୁଙ୍କ ପ୍ରତି ଆସ୍ଥା ବଢ଼ିବ।

କର୍କଟ: ଦିନଟି ବ୍ୟସ୍ତତାରେ କଟିବ। ବହୁ ଦିନର ସ୍ବପ୍ନ ସାକାର ହେବ। ନିଜକୁ ଆର୍ଥିକ ରୂପେ ମଜଭୁତ ଅନୁଭବ କରିବେ। ଜୀବନସାଥୀର ପ୍ରେମ ଓ ସୁଖ ପାଇବେ।

ସିଂହ: ଯୁବକଙ୍କୁ ରୋଜଗାରର ନୂଆ ସୁଯୋଗ ମିଳିବ। ବିବାହିତ ବ୍ୟକ୍ତି ଜୀବନସାଥୀଙ୍କ ଉପରେ ଭରସା ବଜାୟ ରଖନ୍ତୁ। ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ କିଛି ନୂଆ ଶିଖିବାକୁ ମିଳିବ।

କନ୍ୟା: ଯେତେ ସକାରାତ୍ମକ କଥା ଭାବିବେ ସେତେ ସଫଳ ହେବେ। କାରବାର ବୃଦ୍ଧି ପାଇଁ ଚେଷ୍ଟା କରନ୍ତୁ, ସଫଳତା ନିଶ୍ଚୟ ପାଇବେ। ପ୍ରେମିକ ପ୍ରେମିକାଙ୍କ ଲାଗି ଭଲ ଦିନଟିଏ।

ତୁଳା: ନିଜ ମତରେ ଅନ୍ୟମାନଙ୍କୁ ସହମତ କରାଇନେବେ। କଳାକ୍ଷେତ୍ରରେ ଥିବା ଲୋକଙ୍କର ସମାଜରେ ମାନ ସମ୍ମାନ ବଢ଼ିବ। କିଣାକିଣି ଲାଗି ସହରକୁ ଯିବେ।

ବିଛା: ଆପଣଙ୍କ ଚେଷ୍ଟାରେ ସକାରାତ୍ମକ ଫଳ ପାଇବେ। ପରିବାରରେ ଖୁସିର ପରିବେଶ ରହିବ। ଆପଣଙ୍କର ଖର୍ଚ୍ଚ ବଢ଼ିପାରେ। ନିଜର ପ୍ରେମିକଙ୍କୁ ମନର କଥା କହିବେ।

ଧନୁ: ଆପଣଙ୍କ ସମ୍ମୁଖକୁ ଭଲ ସୁଯୋଗ ଆସିବ। ପର୍ଯ୍ୟଟନ କ୍ଷେତ୍ରରେ କାମ କରୁଥିବା ଲୋକଙ୍କ ଲାଗି ଦିନଟି ବହୁତ ଭଲ। କୌଣସି ବନ୍ଧୁ ମାଧ୍ୟମରେ ଧନଲାଭ ହେବ।

ମକର: ଜରୁରୀ କାମରେ ସଫଳତା ପାଇବେ। ନୂଆ ବ୍ୟବସାୟ ଆରମ୍ଭ କରିବା ପୂର୍ବରୁ ପରିବାରର ବରିଷ୍ଠଙ୍କ ଅନୁମତି ନିଅନ୍ତୁ। ଜୀବନସାଥୀଙ୍କ ସହିତ ସମ୍ବନ୍ଧ ମଜଭୁତ ହେବ।

କୁମ୍ଭ: ଅଫିସରେ ଧୈର୍ଯ୍ୟଧରି କାମ କଲେ ଯାଇ ଲାଭ ପାଇବେ। ଆପଣଙ୍କର ଉଦାର ସ୍ବଭାବ ଦ୍ବାରା ଲୋକମାନଙ୍କୁ ଆକର୍ଷିତ କରିପାରନ୍ତି। ପାରିବାରିକ ଜୀବନ ସୁଖଦ ହେବ।

ମୀନ: ବ୍ୟବସାୟରେ ଉନ୍ନତି ଲାଗି ନୂଆ କୌଶଳ ବିଷୟରେ ଭାବିବେ। ପ୍ରତିଟି ଚେଷ୍ଟାରେ ଜୀବନସାଥୀଙ୍କ ସହଯୋଗ ପାଇବେ। ଚାକିରିରେ ଦରମା ବଢ଼ିପାରେ।

ସମ୍ବନ୍ଧିତ ଖବର