ହଠାତ୍‌ ହାଇେଓ୍ଵ ଉପରେ ଛୋଟ ବିମାନଙ୍କୁ ଅବତରଣ କରାଇ ଟ୍ରେନି ପାଇଲଟ କଲେ ଏଭଳି କାମ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ : ଲମ୍ବା ଯାତ୍ରା କରୁଥିବା ବେଳେ ଭାରତରେ ଲୋକାମାନେ ରାସ୍ତା କଡ଼ରେ ଗାଡ଼ି ରଖି ପରିଶ୍ରା କରିଥାନ୍ତି । ଏଭଳି ଦୃଶ୍ୟ ରାସ୍ତାରେ ଅନେକ ଥର ଦେଖିବାକୁ ମିଳୁଥିବା ବେଳେ ଏହା କେବଳ ଭାରତରେ ହିଁ ସମ୍ଭବ ବୋଲି କିଛି ଲୋକ ଭାବିଥାନ୍ତି । କିନ୍ତୁ ଆମେରିକାରେ ଘଟିଥିବା ଘଟଣା ସେଭଳି ଭାବୁଥିବା ଲୋକମାନଙ୍କ ଚିନ୍ତାଧାରାକୁ ବଦଳାଇବ ନିଶ୍ଚୟ ।

ସୂଚନା ମୁତାବକ, ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି,ଯେଉଁଥିରେ ଟ୍ରେନିଙ୍ଗରେ ଥିବା ଜଣେ ପାଇଲଟଙ୍କୁ ହଠାତ୍‌ ପରିଶ୍ରା ଲାଗିବାରୁ ସେ ଅନ୍ୟ କିଛି ବାଟ ନ ପାଇଁ ହାଇେଓ୍ଵ ଉପରେ ଛୋଟ ବିମାନଙ୍କୁ ଅବତରଣ କରାଇଥିଲେ । ଏହା ପରେ ରାସ୍ତା କଡ଼କୁ ଯାଇ ପରିଶ୍ରା କରିଥିଲେ । ଏହି ସମୟରେ ରାସ୍ତାରେ ଯାଉଥିବା ଲୋକେ ଏହାର ଭିଡିଓ ତିଆରି କରିବା ସହ ସୋସିଆଲ ମିଡିଆରେ ଛାଡ଼ିଥିଲେ, ଯାହା ଏବେ ଭାଇରାଲ ହେବାରେ ଲାଗିଛି ।

ସମ୍ବନ୍ଧିତ ଖବର