ମଣିପୁର: କ୍ଷମତା ବଜାୟ ରଖିବାକୁ ବିଜେପିର ଜୋରଦାର ପ୍ରୟାସ

ନୂଆଦିଲ୍ଲୀ: ମଣିପୁରରେ ଫେବ୍ରୁଆରି ୨୭ ଏବଂ ମାର୍ଚ୍ଚ ୩ ତାରିଖ‌ରେ ୨ଟି ପର୍ଯ୍ୟାୟ‌ରେ ଭୋଟ୍‌ ଅଛି। ମଣିପୁରରେ ୬୦ ଆସନ ପାଇଁ ଭୋଟ୍‌ ଗ୍ରହଣ ହେବ। ନିର୍ବାଚନ କମିସନ୍‌ଙ୍କ ଘୋଷଣା ଅନୁଯାୟୀ ମଣିପୁରରେ ୬ ଜିଲ୍ଲାରେ ଫେବ୍ରୁଆରି ୨୭ରେ ଭୋଟ୍‌ ଗ୍ରହଣ ହେବ ଏବଂ ଅନ୍ୟ ୧୦ ଜିଲ୍ଲାରେ ମାର୍ଚ୍ଚ ୩ ତାରିଖରେ ଭୋଟ୍‌ ଗ୍ରହଣ ଅଛି। ୨୦୧୭ ରାଜ୍ୟ ନିର୍ବ‌ାଚନରେ କଂଗ୍ରେସ ୨୮ ଆସନରେ ବିଜୟ ହାସଲ କରି ସବୁଠାରୁ ବଡ଼ ଦଳ ହୋଇଥିଲା। କିନ୍ତୁ କଂଗ୍ରେସର ଏକାଧିକ ନେତା ପରେ ଦଳ ଛାଡ଼ି ଦେଇଥିଲେ। ବିଜେପି ୨୧ ଆସନ ଅକ୍ତିଆର କରିବା ସତ୍ତ୍ବେ ସରକାର ଗଠନ କରିଥିଲା। ବିଜେପି ମଣିପୁରରେ ୩ ଆଞ୍ଚଳିକ ଦଳ ଏନ୍‌ପିଏଫ୍ (ନାଗା ପିପୁଲ୍ସ ଫ୍ରଣ୍ଟ୍‌), ଏନ୍‌ପିପି (ନ୍ୟାସନାଲ ପିପୁଲ୍ସ ପାର୍ଟି) ଏବଂ ଏଲ୍‌ଜେପି (ଲୋକ ଜନଶକ୍ତି ପାର୍ଟି)ସହ ମେଣ୍ଟ କରିଥିଲା। ମଣିପୁର ମୁଖ୍ୟମନ୍ତ୍ରୀ ନଙ୍ଗ୍‌ଥଙ୍ଗବାମ ବୀରେନ ସିଂହ ୫ ବର୍ଷ ଧରି ମେଣ୍ଟକୁ ଏକଜୁଟ୍‌ କରି ରଖିଛନ୍ତି। କିନ୍ତୁ ଚଳିତ ନିର୍ବାଚନ ବିଜେପି ପାଇଁ ଜଟିଳ ହେବ। ମେଣ୍ଟ ସହଯୋଗୀ ଏନ୍‌ପିଏଫ୍‌ ସହ ବିଜେପିର ସମ୍ପର୍କ ଖରାପ ହୋଇଯାଇଛି। ଏନ୍‌ପିଏଫ୍‌ର କିଛି ସଦସ୍ୟ ନିକଟରେ ବିଜେପିରେ ଯୋଗଦେବାରୁ ଏହି ସମସ୍ୟା ଉପୁଜିଛି। ଅନ୍ୟପକ୍ଷେ ଅନ୍ୟ ଏକ ମେଣ୍ଟ ସହଯୋଗୀ ଏନ୍‌ପିପି ଚଳିତ ନିର୍ବାଚନ ଏକାକୀ ଲଢ଼ିବ ବୋଲି ନିଷ୍ପତ୍ତି ନେଇଛି।

ସମ୍ବନ୍ଧିତ ଖବର