ମଦ ଦୋକାନ ସାମ୍ନାରେ ଗାଈ ବାନ୍ଧିଲେ ଉମା ଭାରତୀ

ମଦ ଛାଡ଼ି କ୍ଷୀର ପିଇବାକୁ କହିଲେ

ମଧ୍ୟପ୍ରଦେଶ: ବିଜେପି ଶାସିତ ମଧ୍ୟପ୍ରଦେଶରେ ମଦ୍ୟପାନ ବିରୋଧରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଉମା ଭାରତୀ ଅଭିଯାନ ଆରମ୍ଭ କରିଛନ୍ତି। ସେ କହିଛନ୍ତି ଯେ ସରକାର ମଦ ବିକ୍ରି ଉପରେ କଠୋର କଟକଣା ଲଗାଇବା ଉଚିତ। ଏହା ସହିତ ଉମା ଗତକାଲି ମଧ୍ୟପ୍ରଦେଶର ଅର୍ଚା ସହରରେ ଥିବା ଏକ ମଦ ଦୋକାନ ସମ୍ମୁଖରେ ବୁଲା ଗାଈମାନଙ୍କୁ ବାନ୍ଧି ସେମାନଙ୍କୁ ଘାସ ଖାଇବାକୁ ଦେଇ ‘ସରାବ୍‌ ନେହିଁ ଦୁଧ୍‌ ପିଓ’ (ମଦ ନୁହେଁ କ୍ଷୀର ପିଅ) ସ୍ଲୋଗାନ ଦେଇଥିଲେ।

ଗତ ବର୍ଷ ଜୁନ୍ ମାସରେ ଉମା ଭାରତୀ ମଦ ଦୋକାନ ଉପରକୁ ଗାଈ ଗୋବର ଫିଙ୍ଗିଥିଲେ। ୨୦୨୨ ମାର୍ଚ୍ଚରେ ସେ ଭୋପାଳର ଏକ ମଦ ଦୋକାନ ଉପରକୁ ପଥର ଫିଙ୍ଗିଥିଲେ। ଏହି ଘଟଣାର ପୁନରାବୃତ୍ତି ଭୟରେ ମଦ ଦୋକାନୀମାନେ ତୁରନ୍ତ ସଟର୍‌ ବନ୍ଦ କରିଦେଇଥିଲେ।

ସମ୍ବନ୍ଧିତ ଖବର