ପୁଟିନ୍‌, ଜେଲେନ୍‌ସ୍କିଙ୍କୁ ଭେଟିବେ ଜାତିସଂଘ ମୁଖ୍ୟ

ୱାସିଂଟନ୍‌: ଜାତିସଂଘ ମୁଖ୍ୟ ଆଣ୍ଟୋନିଓ ଗଟର୍ସ ୟୁକ୍ରେନ୍‌ ସଂକ୍ରାନ୍ତରେ ଆଲୋଚନା ପାଇଁ ଆସନ୍ତା ସପ୍ତାହରେ ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ୟୁକ୍ରେନ୍‌ ରାଷ୍ଟ୍ରପତି ବୋଲଡିମିର ଜେଲେନ୍‌ସ୍କିଙ୍କୁ ସାକ୍ଷାତ କରିବେ। ଆସନ୍ତା ଗୁରୁବାର ଦିନ ଗଟର୍ସ ୟୁକ୍ରେନ୍‌ ଗସ୍ତ କରିବେ। ଗଟର୍ସ ୟୁକ୍ରେନ୍‌ ରାଷ୍ଟ୍ରପତି ଜେଲେନ୍‌ସ୍କି ଏବଂ ବିଦେଶ ମନ୍ତ୍ରୀ ଡିମିଟ୍ରୋ କୁଲେବାଙ୍କୁ ଭେଟିବେ। ଏହା ପୁର୍ବରୁ ଗଟର୍ସ ମଙ୍ଗଳବାର ଦିନ ରୁଷ୍‌ ରାଷ୍ଟ୍ରପତି ପୁଟିନଙ୍କୁ ସାକ୍ଷାତ କରିବେ। ୟୁକ୍ରେନ୍‌ରେ ଶାନ୍ତି ପ୍ରସଙ୍ଗରେ ଗଟର୍ସ‌୍ ପୁଟିନ୍‌ ଏବଂ ଜେଲେନ୍‌ସ୍କିଙ୍କ ସହ ପୃଥକ୍‌ ଭା‌ବେ ଆଲୋଚନା‌ କରିବେ। ଫେବ୍ରୁଆରି ୨୪ରେ ରୁଷ୍‌ ୟୁକ୍ରେନ୍‌ ଉପରେ ଆକ୍ରମଣ କରିବାପରେ ପ୍ରଥମ ଥର ପାଇଁ ଗଟର୍ସ ପୁଟିନଙ୍କୁ ଭେଟିବେ। ପୁଟିନ୍‌ଙ୍କ ସହ ସିଧାସଳଖ ଆଲୋଚନା ପରେ ୟୁକ୍ରେନ୍‌ ସଙ୍କଟର ସମାଧାନ ପାଇଁ ରାସ୍ତା ଖୋଲିବ ବୋଲି ବିଭିନ୍ନ ମହଲ ଆଶା ରଖିଛନ୍ତି।

ସମ୍ବନ୍ଧିତ ଖବର