ବ୍ରହ୍ମପୁର: ଆଜି ରାତିରେ ରାଜନୈତିକ ଶତ୍ରୁତାରୁ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅଧୀନ ଚଷାନିମଖଣ୍ଡି ଗ୍ରାମରେ ଦୁଇଜଣଙ୍କୁ ହତ୍ୟା କରାଯାଇଥିବାର ଖବର ମିଳିଛି। ପୁଲିସର ପ୍ରାଥମିକ ସୂଚନା ମୁତାବକ ଦୁଇ ମୃତକ ହେଲେ ସରୋଜ ପାତ୍ର ଓ ସୁଦର୍ଶନ ସୁଆର। ଖବର ପାଇ ଦିଗପହଣ୍ଡି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଉଭୟେ ଏକ ବାଇକରେ କୌଣସି କାମରେ ଅନ୍ୟ ଗ୍ରାମକୁ ଯାଇ ରାତିରେ ଫେରୁଥିଲେ। ତେବେ ଗାଁ ମୁଣ୍ଡରେ ଯୋଜନାବଦ୍ଧ ଭାବେ ଛକିଥିବା ବିରୋଧୀ ଗୋଷ୍ଠୀର ସଶସ୍ତ୍ର ଦୁର୍ବୃତ୍ତ ଏମାନଙ୍କୁ ସଂଘବଦ୍ଧ ଭାବେ ଗୋଡ଼ାଇ ଗୋଡ଼ାଇ ହାଣିଥିଲେ। ପୁଲିସ ପହଞ୍ଚି ଉଭୟଙ୍କୁ ପ୍ରଥମେ ଦିଗପହଣ୍ଡି ମେଡିକାଲ ନେଇଥିଲେ। ସେଠାରେ ଡାକ୍ତର ମୃତ ଘୋଷଣା କରିଛନ୍ତି। ମୃତଦେହକୁ ପୁଲିସ ସେଠାରୁ ବ୍ରହ୍ମପୁର ବଡ଼ ମେଡିକାଲ ସ୍ଥାନାନ୍ତର କରୁଛି। ଦିଗପହଣ୍ଡି ଆଇଆଇସିଙ୍କ ସୂଚନା ଅନୁଯାୟୀ ସୁଆର ଓ ସରୋଜ ଭୀଷ୍ମଗିରିରୁ ନିଜ ଗ୍ରାମକୁ ଫେରୁଥିଲେ। ଘଟଣାସ୍ଥଳରେ ସୁଦର୍ଶନଙ୍କ ମୃତ୍ୟୁ ହୋଇଥିବା ବେଳେ ମେଡ଼ିକାଲ ନେବା ରାସ୍ତାରେ ସରୋଜଙ୍କ ମଧ୍ୟ ମୃତ୍ୟୁ ହୋଇଥିଲା। ସଂପୃକ୍ତ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଘଟଣାସ୍ଥଳକୁ ପୁଲିସ ଫୋର୍ସ ପଠାଯାଇଥିବା ଜଣାପଡ଼ିଛି।