ବହୁ ସମସ୍ୟାର ଗୋଟିଏ ମହୋଷଧୀ : ଅନୁଲୋମ ବିଲୋମ ପ୍ରାଣାୟାମ

ଗଣେଶ ଗୋଚ୍ଛିକାର

ବ୍ୟସ୍ତବହୁଳ ଜୀବନରେ ସମସ୍ୟା ଯେମିତି ଥାଏ ଚିନ୍ତା ମଧ୍ୟ ସେମିତି ଥାଏ । ଯେତେବେଳେ  ଆମେ ମାନସିକସ୍ତରରେ ଚିନ୍ତାଗ୍ରସ୍ତ ହେଉ ବିଭିନ୍ନ ଶାରୀରିକ ସମସ୍ୟା ଆରମ୍ଭ ହୋଇଥାଏ । ଏହି ସମସ୍ୟା ପାଇଁ ମସ୍ତିଷ୍କକୁ ଶାନ୍ତ ରଖିବା ଦରକାର । ଏଥିପାଇଁ  ଏକ ସହଜ ସୁନ୍ଦର ପ୍ରାଣାୟମ ହେଉଛି ଅନୁଲୋମ-ବିଲୋମ । ପ୍ରତିଦିନ ଅନୁଲୋମବିଲୋମ ପ୍ରାଣାୟାମ କଲେ କ’ଣ ସୁଫଳ ମିଳେ ଆସନ୍ତୁ ଜାଣିବା  ।

-ଚଟାଣରେ ଏକ ଆସନ ପକାଇ ପଦ୍ମାସନ କିମ୍ବା ଅର୍ଦ୍ଧପଦ୍ମାସନରେ ବସନ୍ତୁ। ଯେଉଁମାନଙ୍କ ଆର୍ଥ୍ରାଇଟିସ ସମସ୍ୟା ରହିଛି ସେମାନେ କାଠ ଚୌକିରେ ଗୋଡ଼ ତଳକୁ ରଖି ବସିପାରିବେ।

-ବାମ ହାତର ପାପୁଲିକୁ ତଳ ମୁହାଁ କରି ବାମ ଗୋଡ଼ର ଆଣ୍ଠୁ ଉପରେ ରଖନ୍ତୁ। ଡାହାଣ ହାତର ବୁଢ଼ା ଆଙ୍ଗୁଳିରେ ଡାହାଣ ନାକକୁ ବନ୍ଦ ରଖନ୍ତୁ । କହୁଣିକୁ ବେଶୀ ଉପରକୁ ଟେକିବେ ନାହିଁ । ଏହାପରେ ବାମ ପାଖ ନାକ ବାଟେ ଦୀର୍ଘ ଶ୍ୱାସ ନିଅନ୍ତୁ ଏବଂ ଡାହାଣ ନାକରେ  ନିଶ୍ୱାସ ଛାଡ଼ନ୍ତୁ।

http://astrology.astrosage.com

-ଏହାପରେ ବାମ ପାଖ ନାକରେ ତର୍ଜନୀ ଆଙ୍ଗୁଠି ରଖି ଡାହାଣ ନାକରେ ଦୀର୍ଘ ଶ୍ୱାସ ନିଅନ୍ତୁ ଏବଂ ବାମ ପାଖ ନାକରେ ଶ୍ୱାସ ଛାଡ଼ନ୍ତୁ।

-ଆରମ୍ଭରୁ ଏହାକୁ ତିନି ମିନିଟ୍ କରି ପରେ ଏହାକୁ ୧୫ ମିନିଟ୍ ପର୍ଯ୍ୟନ୍ତ ଅଭ୍ୟାସ କରନ୍ତୁ। ପ୍ରାଣାୟାମ କରିବା ସମୟରେ ଆଖିକୁ ବନ୍ଦ ରଖନ୍ତୁ।

-ନିୟମିତ ଏହି ପ୍ରାଣାୟାମର ଅଭ୍ୟାସ ଦ୍ୱାରା ଶରୀରରେ ଥିବା ବାତ, କଫ ଏବଂ ପିତ ଦୋଷ ଜନିତ ସମସ୍ୟା ଦୂର ହୁଏ।

-ଅନୁଲୋମ-ବିଲୋମର ନିୟମିତ ଅଭ୍ୟାସ କଲେ ମଧୁମେହ ଓ ଉଚ୍ଚ ରକ୍ତଚାପ ସମସ୍ୟା ସଂପୂର୍ଣ୍ଣ ଦୂର ହୁଏ।

-ମାନସିକ ସ୍ତରରେ ସକାରତ୍ମକ ଚିନ୍ତା ଆସେ । ପୂରା ଶରୀରରେ ଅମ୍ଳଜାନ ପ୍ରବାହ ଭଲ ଭାବେ ହୁଏ।

-ଦୃଷ୍ଟିଶକ୍ତି ପ୍ରଖର ହୁଏ । କାନ ସମସ୍ୟା ଥିଲେ ଦୂର ହୁଏ ଏବଂ ରକ୍ତସଞ୍ଚାଳନ ଉତ୍ତମ ରୂପେ ହୁଏ।

-କୋଷ୍ଠ କାଠିନ୍ୟ ସମସ୍ୟା, ଏସିଡିଟି, ଆଲର୍ଜି ସମସ୍ୟା, ଶ୍ୱାସ ରୋଗ ଏବଂ ସବୁଠୁ ବିରକ୍ତକର ଶୋଇବା ସମୟରେ ଘୁଙ୍ଗୁଡ଼ି ସମସ୍ୟା ମଧ୍ୟ ଧୀରେ ଧୀରେ ବନ୍ଦ ହୁଏ।

ସମ୍ବନ୍ଧିତ ଖବର