ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ମନରେ ବହୁତ ସକାରାତ୍ମକ ଭାବନା ଆସିବ। ବ୍ୟବସାୟର ପ୍ରଗତି ହେବ। ଆର୍ଥିକ ସ୍ଥିତି ସୁଦୃଢ଼ ହେବ। ସାମାଜିକ କାର୍ଯ୍ୟ ପାଇଁ ପ୍ରଶଂସା ପାଇବେ। ସମ୍ମାନଜନକ ଲୋକଙ୍କ ସହିତ ମିଶିବେ।

ବୃଷ: ପରିବାର ଲୋକ ସାହାଯ୍ୟ କରିବେ। ଆପଣଙ୍କର ସବୁ କଷ୍ଟ ଦୂର ହେବ। ଉନ୍ନତି ପାଇଁ ନୂଆ ମାର୍ଗ ପାଇବେ। ପ୍ରେମରେ ସଫଳତା ମିଳିବ। ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁ।

ମିଥୁନ: ନିଜକୁ ସୁସ୍ଥ ସବଳ ଅନୁଭବ କରିବେ। କୌଣସି ନିଷ୍ପତ୍ତି ତରବରିଆ ଭାବେ ନିଅନ୍ତୁ ନାହିଁ। ବେକାରଙ୍କ ଲାଗି ଭଲ ଉଦ୍ୟୋଗରୁ ଚାକିରିର ସୁଯୋଗ ଆସିବ।

କର୍କଟ: ପରିବର୍ତ୍ତନ ଆପଣଙ୍କ ସପକ୍ଷରେ ହେବ। ସମାଜରେ ପ୍ରତିଷ୍ଠା ବଢ଼ିବ। ବନ୍ଧୁ ସହ ମିଳାମିଶାର ସୁଯୋଗ ପାଇବେ। ଜମି ବ୍ୟବସାୟୀଙ୍କୁ ଲାଭ ମିଳିବ। ପାରିବାରିକ ଜୀବନ ଭଲ ରହିବ।

ସିଂହ: ସବୁ ଚିନ୍ତା ଦୂର ହେବ। ଘର ଓ ଅଫିସ ପରିବେଶ ଆପଣଙ୍କ ଲାଗି ସନ୍ତୋଷଜନକ ରହିବ। ଉତ୍ତମ ଯୋଜନା ପ୍ରସ୍ତୁତ କରିବେ। ଜୀବନସାଥୀଙ୍କୁ ଦାମିକା ଉପହାର ଦେଇପାରନ୍ତି।

କନ୍ୟା: ପାରିବାରିକ ସମସ୍ୟା ସମାପ୍ତ ହେବ। ଦାମ୍ପତ୍ୟ ଜୀବନରେ ନୂଆ ଖୁସିର ଆଗମନ ହେବ। ସାମାଜିକ କାର୍ଯ୍ୟରେ ରୁଚି ବଢ଼ିବ। ଛାତ୍ରଙ୍କୁ ଅଧିକ ପରିଶ୍ରମ କରିବାକୁ ହେବ।

ତୁଳା: ଶରୀର ସୁସ୍ଥ ଓ ମନ ପ୍ରସନ୍ନ ରହିବ। କରିଆସୁଥିବା ଚେଷ୍ଟାରେ ସଫଳ ହେବେ। ଧନପ୍ରାପ୍ତିର ଯୋଗ ଅଛି। ଘରୋଇ ପରିବେଶ ଉତ୍ସବମୁଖର ରହିବ।

ବିଛା: ସାଙ୍ଗ ମେଳରେ ଆପଣଙ୍କର ଛବି ସୁନ୍ଦର ରହି‌ବ। ବେପାର ବୃଦ୍ଧି ପାଇଁ ନୂଆ ଯୋଜନା ଲାଗୁ କରିବେ। ଚାକିରିଆଙ୍କର ଭଲ ଜାଗାକୁ ବଦଳି ହେବ। ଦାମ୍ପତ୍ୟ ଜୀବନରେ ସୌହାର୍ଦ୍ଦ ବଢ଼ିବ।

ଧନୁ: ଆପଣଙ୍କ ମନ ଆଧ୍ୟାତ୍ମିକ ଚିନ୍ତାରେ ବୁଡ଼ି ରହିବ। କାମରେ ବଡ଼ ଭାଇଙ୍କ ସହଯୋଗ ପାଇବେ। ଚାକିରିଆଙ୍କୁ ନୂଆ କାମ ମିଳିପାରେ। ପ୍ରେମ ପ୍ରସଙ୍ଗ ପ୍ରତି ଆକର୍ଷଣ ବଢ଼ିବ।

ମକର: ସମ୍ମାନିତ ଲୋକଙ୍କ ସହିତ ମିଶିବେ। ଲାଭର ନୂଆ ସୁଯୋଗ ପାଇବେ। ପରିବାରର କୌଣସି ସଦସ୍ୟଙ୍କୁ ବଡ଼ ସଫଳତା ମିଳିବ। ପ୍ରେମୀଯୁଗଳ ଦର୍ଶନୀୟ ସ୍ଥାନକୁ ବୁଲିଯିବେ।

କୁମ୍ଭ: ବ୍ୟକ୍ତିଗତ କାମରେ ଲାଗି ରହିଥିବା ବାଧା ଦୂର ହେବ। ବ୍ୟବସାୟ କାମରେ ଦୂର ସ୍ଥାନକୁ ଯିବେ। ଜୀବନସାଥୀଙ୍କ ସହ ବସି କଥା ହୁଅନ୍ତୁ, ତିକ୍ତତା ଦୂର ହେବ।

ମୀନ: ସ୍ବାସ୍ଥ୍ୟରେ ସୁଧାର ହେବାର ସମ୍ଭାବନା ଅଛି। ସାମାଜିକ କାର୍ଯ୍ୟରେ ସହଯୋଗ କରନ୍ତୁ, ସମ୍ମାନ ବଢ଼ିବ। ବ୍ୟବସାୟରେ ସଫଳତା ପାଇବେ। ଶିକ୍ଷାର୍ଥୀଙ୍କୁ ଶିକ୍ଷକଙ୍କ ସହଯୋଗ ମିଳିବ।

ସମ୍ବନ୍ଧିତ ଖବର