ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ବ୍ୟବସାୟରେ ଆଶାଜନକ ଫଳ ପାଇବେ। କୌଣସି ପୁରୁଣା ବନ୍ଧୁ ସହିତ ସାକ୍ଷାତ ହେବ। ନୂଆ ଘର କିଣିବା କଥା ଚିନ୍ତା କରିବେ। ଦାମ୍ପତ୍ୟ ଜୀବନରେ ମଧୁରତା ବଜାୟ ରହିବ।

ବୃଷ: ଅଫିସରେ ନିଜର କାମ ଉପରେ ଧ୍ୟାନ ଦିଅନ୍ତୁ। କ୍ରିକେଟ୍‌ ଖେଳାଳିଙ୍କ ଲାଗି ଦିନଟି ଭଲ ରହିବ। ଶୀତବସ୍ତ୍ର ବ୍ୟବସାୟୀଙ୍କର ବିକ୍ରି ବଢ଼ିବ ଓ ଭଲ ଲାଭ ହେବ।

ମିଥୁନ: ‌ଆପଣଙ୍କ ଶକ୍ତିର ସ୍ତର ଭଲ ରହିବ। ଅଫିସ କାମରେ ଆପଣଙ୍କ ମନ ଲାଗିବ। ବ୍ୟବସାୟୀଙ୍କୁ ଲାଭ ମିଳିବ। ପରିବାରରେ ସୁଖ ଶାନ୍ତି ବଜାୟ ରହିବ।

କର୍କଟ: ବିଲଡର୍ସଙ୍କ ଲାଗି ଦିନଟି ଭଲ। ଜୀବନସାଥୀ ଠାରୁ ଭଲ ଉପହାର ପାଇବେ। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କୁ ପଦ ପ୍ରତିଷ୍ଠା ମିଳିବ। ଘରକୁ କୁଣିଆ ଆସିବେ।

ସିଂହ: ଆପଣ ନିଜର ବ୍ୟବହାରକୁ ଭଲ କରନ୍ତୁ। ବ୍ୟବସାୟରେ ଲାଭ ପାଇଁ ମନପ୍ରାଣ ଢାଳି କାମ କରିବେ। ଯାନ କିଣିବା ଲାଗି ଆଗ୍ରହ ବଢ଼ିବ। ପାରିବାରିକ ଜୀବନ ସୁଖମୟ ହେବ।

କନ୍ୟା: ସମାଜରେ ଆପଣଙ୍କ କାମକୁ ନେଇ ସମ୍ମାନିତ ହେବେ। ଜଳସେଚନ ଅଧିକାରୀ ନିଜର କାମ ସଂପୂର୍ଣ୍ଣ କରିବେ। ପ୍ରିୟଜନ ଠାରୁ ଉପହାର ପାଇବେ।

ତୁଳା: ସମାଜରେ ମାନ ସମ୍ମାନ ବଢ଼ିବ। ମଧୁମେହ ରୋଗୀଙ୍କୁ ଆରାମ ମିଳିବ। ପରିବାର ଲୋକଙ୍କ ସାହାଯ୍ୟ ପାଇବେ। ପ୍ରେମୀଯୁଗଳଙ୍କ ଲାଗି ଭଲ ଦିନଟିଏ।

ବିଛା: ଘରେ ବୟସ୍କ ବ୍ୟକ୍ତିଙ୍କୁ ସମ୍ମାନ ଦିଅନ୍ତୁ। ନୂଆ କାର୍ଯ୍ୟ କରିବା ଲାଗି ଉତ୍ସୁକ ରହିବେ। ବେପାରରେ ଉତ୍ତମ ଲାଭର ଯୋଗ ରହିଛି। ଦର୍ଶନୀୟ ସ୍ଥାନକୁ ବୁଲି ଯିବେ।

ଧନୁ: ଘରୋଇ ଉଦ୍ୟୋଗରେ କାମ କରୁଥିବା ଲୋକଙ୍କର ଦରମା ବୃଦ୍ଧି ହେବ। ଘରେ କୌଣସି ଉତ୍ସବ ହେବ। ମହିଳାମାନଙ୍କ ଲାଗି ଦିନଟି ଆନନ୍ଦମୟ ରହିବ।


ମକର: କଠିନ ପରିସ୍ଥିତିରେ କେହି ନା କେହି ସାହାଯ୍ୟ ସହଯୋଗର ହାତ ବଢ଼ାଇବେ। ମନ୍ଦିରକୁ ଦାନ କରନ୍ତୁ ପ୍ରସିଦ୍ଧି ବଢ଼ିବ। ଛାତ୍ରଛାତ୍ରୀ ପରୀକ୍ଷା ପାଇଁ ପ୍ରସ୍ତୁତ କରିବେ।

କୁମ୍ଭ: ଯନ୍ତ୍ରୀ କୌଣସି ଲକ୍ଷ୍ୟ ପୂରା କରିବେ। କୃଷକଙ୍କ ଲାଗି ଦିନଟି ଭଲ। ବନ୍ଧୁ ଠାରୁ କିଛି ଭଲ ପରାମର୍ଶ ପାଇବେ। ପ୍ରିୟଜନଙ୍କ ସହ ସମ୍ବନ୍ଧ ମଧୁର ହେବ।

ମୀନ: ପୈତୃକ ସଂପତ୍ତି ଆପଣଙ୍କ ପାଖକୁ ଆସିବ। ମହିଳାମାନେ କୌଣସି ଧାର୍ମିକ ସତସଙ୍ଗକୁ ଯିବେ। ଚାକିରିରେ ମନ ଚାହୁଁଥିବା ସଫଳତା ପାଇବେ। ଶିକ୍ଷାର୍ଥୀଙ୍କୁ କିଛି ନୂଆ ଶିଖିବାକୁ ମିଳିବ।

ସମ୍ବନ୍ଧିତ ଖବର