ହାଇଟେକ୍‌ ମେଡିକାଲ କଲେଜ ପକ୍ଷରୁ ୫ ଦିନିଆ ଚିକିତ୍ସା ଶିବିର

ଭୁବନେଶ୍ବର: ଜଟଣୀ ନିକଟ ହରିରାଜପୁର ମେଳଣ ପଡ଼ିଆରେ ହାଇଟେକ୍‌ ମେଡିକାଲ କଲେଜ ଓ ହସ୍ପିଟାଲ ତରଫରୁ ୫ଦିନିଆ ସ୍ବତନ୍ତ୍ର ସ୍ବାସ୍ଥ୍ୟ ଚିକିତ୍ସା ଶିବିର ଉଦ୍‌ଘାଟିତ ହୋଇଯାଇଛି। ଏଥିରେ ହାଇଟେକ୍‌ ଗ୍ରୁପ୍‌ର ଅଧ୍ୟକ୍ଷ ଡା. ତିରୁପତି ପାଣିଗ୍ରାହୀ, ବିଧାୟକ ରୁଦ୍ରପ୍ରତାପ ମହାରଥୀ, ଡେଲାଙ୍ଗ ବ୍ଲକ୍‌ ଚେୟାରମ୍ୟାନ୍‌ ବାସନ୍ତୀ ସାହୁ, ଭାଇସ୍‌ ଚେୟାରମ୍ୟାନ୍‌ ପ୍ରଶାନ୍ତ ମହାରଥୀ, ହରିରାଜପୁର ପଞ୍ଚଦୋଳ କମିଟି ସଭାପତି ପରମାନନ୍ଦ ମାର୍ଥା, ବିଡିଓ ଲାବଣ୍ୟେନ୍ଦୁ ମହାନ୍ତି, ଅନିଲ ପାଣିଗ୍ରାହୀ ଏବଂ ଇନ୍ସପେକ୍ଟର୍‌ ଗଦାଧର ନାୟକ ପ୍ରମୁଖ ଯୋଗଦେଇ ଶିବିରକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ।

ହାଇଟେକ୍‌ ଗ୍ରୁପ୍‌ର ମ୍ୟାନେଜିଂ ଟ୍ରଷ୍ଟି ସୁରେଶ ପାଣିଗ୍ରାହୀ ଏବଂ ନିର୍ଦ୍ଦେଶକ ରୂପେଶ ପାଣିଗ୍ରାହୀ, ରାକେଶ କୁମାର ପାଣିଗ୍ରାହୀ ଓ ମଧୁସ୍ମିତା ପାଣିଗ୍ରାହୀ ପ୍ରତିନିଧିତ୍ବ କରିଥିଲେ। ଏହି ପାଞ୍ଚଦିନିଆ ଶିବିରକୁ ଶିବିରର ନିର୍ଦ୍ଦେଶକ ମନୋଜ କୁମାର ଦାସ, ମିଲକିନ୍‌ ବେହେରା, ଡା. ବାସୁଦେବ ବେହେରା ଏବଂ ଚାରୁ ଦାସ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର