ଖୱାଜା ଓ କ୍ୟାରିଙ୍କୁ ଜର୍ସି ଉପହାର ଦେଲେ କୋହଲି

ଅହମଦାବାଦ: ବର୍ଡର-ଗାଭାସ୍କର ଟ୍ରଫିକୁ ୨-୧ରେ ଜିତିବା ପରେ ଭାରତୀୟ ବ୍ୟାଟର୍‌ ବିରାଟ କୋହଲି ତାଙ୍କ ମହାନତାକୁ ପୁଣି ଥରେ ଦେଖାଇଛନ୍ତି। ଅହମଦାବାଦ ମ୍ୟାଚ୍‌ ଶେଷ‌ ହେବା ପରେ ନିଜର ଜର୍ସିକୁ ଅଷ୍ଟ୍ରେଲିଆର ଉସମାନ ଖୱାଜା ଓ ଆଲେକ୍ସ କ୍ୟାରିଙ୍କୁ ଉପହାର ଦେଇଥିଲେ କୋହଲି। ପୂର୍ବରୁ ଏସିଆ କପ୍‌ ବିଜୟ ପରେ ପାକିସ୍ତାନ ଦ୍ରୁତ ବୋଲର ହାରିସ୍‌ ରୌଫଙ୍କୁ ନିଜ ଅଟୋଗ୍ରାଫ ସମ୍ବଳିତ ଜର୍ସି ପ୍ରଦାନ କରି କୋହଲି ଚର୍ଚ୍ଚାରେ ରହିଥିଲେ। ସେହିପରି ଡିସେମ୍ବରରେ ବାଂଲାଦେଶ ବିପକ୍ଷ ଟେଷ୍ଟ୍‌ ଶୃଙ୍ଖଳା ବିଜୟ ପରେ ମେହିଦି ହାସନ୍‌ଙ୍କୁ ମଧ୍ୟ ତାଙ୍କର ଅଟୋଗ୍ରାଫ୍‌ ଜର୍ସି ଉପହାର ଦେଇଥିଲେ।

ସମ୍ବନ୍ଧିତ ଖବର