୪୨ ମହଲା ଆବାସିକ ଟାୱାର ଇଭୋସ୍ ଆଲକେମି ଉନ୍ମୋଚିତ: ବିଳାସମୟ ବାସସ୍ଥାନ କ୍ଷେତ୍ରରେ ନୂଆ ମାନଦଣ୍ଡ

ଚନ୍ଦ୍ରଶେଖରପୁର: ଇଭୋସ୍ ବିଲଡ଼କନ୍ ପକ୍ଷରୁ ରଘୁନାଥପୁରଠାରେ ଏକ ୪୨ ମହଲା ବିଶିଷ୍ଟ ଆବାସିକ ଟାୱାର- ଇଭୋସ୍‌ ଆଲକେମିର ଉନ୍ମୋଚନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଟାୱାର ଭୁବନେଶ୍ବରରେ ବିଳାସମୟ ବାସସ୍ଥାନ କ୍ଷେତ୍ରରେ ଏକ ନୂଆ ମାନଦଣ୍ଡ ତିଆରି କରିବ। ଉନ୍ମୋଚନ ଅବସରରେ ବଲିଉଡ ଗାୟକ ଜୁବିନ୍ ନୌତିୟାଲଙ୍କ କନ୍‌ସର୍ଟ ଅନୁଷ୍ଠିତ ହୋଇଥିଲା। ଇଭୋସ୍‌ ବିଲଡ଼କନ୍‌ର ପ୍ରତିଷ୍ଠାତା କଳିଙ୍ଗ କେଶରୀ ରଥ ନିଜ ବକ୍ତବ୍ୟରେ କହିଲେ, ‘‘ଏହି ଐତିହାସିକ ପ୍ରକଳ୍ପ ଇଭୋସ୍ ଆଲକେମିର ଉନ୍ମୋଚନ ଆମ ପରିବାର ସଭ୍ୟମାନଙ୍କ ମନକୁ ଖୁସିରେ ଭରିଦେଇଛି। ପ୍ରଖ୍ୟାତ ଆର୍କିଟେକ୍ଟ ସଞ୍ଜୟ ପୁରୀଙ୍କ ଦ୍ୱାରା ଏହି ପ୍ରକଳ୍ପ ଡିଜାଇନ୍ କରାଯାଇଥିବାରୁ ଏହା ପଟିଆ-ରଘୁନାଥପୁର ଆଖପାଖ ଅଞ୍ଚଳର ସ୍କାଏଲାଇନ୍‌କୁ ଏକ ନୂଆରୂପ ପ୍ରଦାନ କରିବ।’’ ୪୨ ମହଲା ବିଶିଷ୍ଟ ଏହି ପ୍ରକଳ୍ପ ଏହି ଅଞ୍ଚଳର ଉଚ୍ଚତମ କୋଠା ହେବାକୁ ଯାଉଛି। ଏହାର ସୌନ୍ଦର୍ଯ୍ୟ ଓ ଆକର୍ଷଣୀୟ ସ୍ଥାପତ୍ୟ ଏହାକୁ ନିଶ୍ଚିତ ଭାବରେ ରାଜଧାନୀର ଏକ ଲାଣ୍ଡମାର୍କ ଭାବେ ପରିଣତ କରିବ ବୋଲି ସେ କହିଛନ୍ତି। ମୁମ୍ବାଇର ଷ୍ଟ୍ରକ୍ଚରାଲ ଡିଜାଇନର୍‌ କେଲକର୍‌ ଡିଜାଇନ୍‌ ଏହି ପ୍ରୋଜେକ୍ଟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଏଥିରେ ୩ ଓ ୪ ବେଡ୍‌ରୁମ୍‌ ବିଶିଷ୍ଟ ଫ୍ଲାଟ୍‌ ରହିଛି। ପ୍ରକଳ୍ପରେ ମୋଟ୍‌ ୪ଟି ଟାୱାର ରହିଛି।

ଥାଇଲାଣ୍ଡର ଟେକ୍ଟୋନିକ୍ସର ଲ୍ୟାଣ୍ଡସ୍କେପ ଆର୍କିଟେକ୍ଟଙ୍କ ଦ୍ୱାରା ଏହି ସୁନ୍ଦର ବାତାବରଣ ପ୍ରକୃତି ସହ ଐଶ୍ୱର୍ଯ୍ୟର ଏକ ସୁନ୍ଦର ସମନ୍ବୟରେ ପ୍ରସ୍ତୁତ କରାଯାଇଛି। ୭୦% ଖୋଲା ସ୍ଥାନ ସହିତ ଇଭୋସ୍‌ ଆଲକେମିରେ ଭୂତଳ ଓ କ୍ଲାଉଡ୍ ସ୍ତରୀୟ ଆମେନିଟି ଜୋନ୍ ରହିଛି, ଯାହା ପ୍ରକୃତିର ଶାନ୍ତି ଏବଂ ସମସାମୟିକ ଜୀବନଶୈଳୀ ମଧ୍ୟରେ ଏକ ଚମତ୍କାର ସନ୍ତୁଳନ ସୃଷ୍ଟି କରିଥାଏ। ଲ୍ୟାଣ୍ଡସ୍କେପ୍ ପୋଡିୟମ ଡେକ୍, ନିରାମୟ ସ୍ଥଳୀ, ଯୋଗସ୍ଥଳୀ, ସାମାଜିକ ମଣ୍ଡପ, ଚେସ୍ କୋର୍ଟ ଏବଂ ବୁଲେୱାର୍ଡ ବ୍ରିଜ୍ ସମେତ ଅନେକ ସୁବିଧା ସୁଯୋଗ ଏଠାରେ ଗ୍ରାହକମାନେ ପାଇପାରିବେ‌ ବୋଲି ପ୍ରତିଷ୍ଠାତା ଶ୍ରୀ ରଥ ମତପ୍ରକାଶ କରିଛନ୍ତି। ସ୍ବାସ୍ଥ୍ୟ ସଚେତନ ଗ୍ରାହକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଏହି ପ୍ରକଳ୍ପ ବ୍ୟକ୍ତିଗତ ରିଟ୍ରିଟ୍ ପାଇଁ ଥେରାପି ପୁଲ୍, ପୁଲ୍ ଟେରେସ୍ ଏବଂ ବ୍ୟକ୍ତିଗତ ଟେରେସ୍ ପ୍ରଦାନ କରେ। ଏକ୍ସସରସାଇଜ୍‌ କୋର୍ଟ ଫିଟନେସ୍ ପ୍ରେମୀଙ୍କୁ ସର୍ବୋତ୍ତମ ସୁବିଧା ପ୍ରଦାନ କରୁଥିବା ବେଳେ କ୍ଲାଉଡ୍ ୱାକ୍‌ୱେ ବାସିନ୍ଦାଙ୍କୁ ଫିଟନେସ୍ ସେଣ୍ଟର, ଥିଏଟର୍‌, ଇନ୍‌ଡୋର୍‌ ପ୍ଲେ ଏରିଆ, କିଡ୍‌ସ ପ୍ଲେ ରୁମ୍, ଲାଇବ୍ରେରି ଏବଂ କୋ-ୱାର୍କିଂ ସ୍ପେସ୍ ସହିତ ସଂଯୋଗ କରେ। ଅଫିସିଆଲ୍ ଇଭୋସ୍ ବିଲ୍ଡକନ୍ ୱେବସାଇଟ୍ www.evosalchemy.com ଜରିଆରେ ଇଭୋସ୍‌ ଆଲକେମି ପାଇଁ ବୁକିଂ ଅନୁସନ୍ଧାନ କରା ଯାଇପାରିବ।

ସମ୍ବନ୍ଧିତ ଖବର