ହୋଲି ପାଇଁ ସଜାଗ ଅଗ୍ନିଶମ ବିଭାଗ: ପ୍ରସ୍ତୁତ ରହିଛି ସ୍ୱତନ୍ତ୍ର ଟିମ

ଭୁବନେଶ୍ବର: ହୋଲି ପାଇଁ ସଜାଗ ଅଗ୍ନିଶମ ବିଭାଗ। ହୋଲି ପାଇଁ ଯେପରି କୋଣସି ଅଘଟଣ ନ ଘଟେ ସେନେଇ ପ୍ରସ୍ତୁତ ହୋଇଛି ସ୍ୱତନ୍ତ୍ର ଟିମ। ବିଶେଷକରି ୫ଟି ସ୍ଥାନକୁ ଚିହ୍ନଟ କରାଯାଇଛି। କୁଆଖାଇ, ଦୟା, ପୁରୀ କେନାଲ ଓ ବାଲିପାଟଣା ସାଇପନ ପାଇଁ ଅଗ୍ନିଶମ ବିଭାଗ ପ୍ରସ୍ତୁତ ରହିଛି। ଏହାସହିତ ଏମେର୍ଜେନ୍ସି ପାଇଁ ମଧ୍ୟ ଟିମ ପ୍ରସ୍ତୁତ ରହିଛି। ଲାଇଫ ବ୍ୟୟ, ଲାଇଫ ଜ୍ୟାକେଟ, ମେସିନ ରବର ବୋଟ, ରେସକ୍ୟୁ ଲାଇନ, ଅଣ୍ଡର ୱାଟର ବିଏ ସେଟ ଇତ୍ୟାଦି ପ୍ରସ୍ତୁତ ରଖାଯାଇଛି। ଏନେଇ ଡେପୁଟି ଫାୟାର ଅଫିସର ଅବନୀ କୁମାର ସ୍ୱାଇଁ ସୂଚନା ଦେଇଛି।

ସମ୍ବନ୍ଧିତ ଖବର