ହିମାଚଳରେ ହୋଲ୍ଲା ମହୋଲ୍ଲା ପୂର୍ବରୁ ଭୁସ୍ଖଳନ; ୨ ମୃତ, ୭ ଆହତ

ଉନ୍ନା: ହିମାଚଳ ପ୍ରଦେଶରେ ହୋଲି ଭଳି ଦିନରେ ଏକ ବଡ଼ ଅଘଟଣ ଘଟିଯାଇଛି। ଏହି ଅଘଟଣରେ ୨ ଜଣ ଲୋକଙ୍କର ମୃତ୍ୟୁ ଘଟିଛି। ହୋଲି ଅବସରରେ ଉନା ଜିଲ୍ଲାର ଆମ୍ବ ଉପଖଣ୍ଡର ମେଡିରେ ଭୂସ୍ଖଳନ ଘଟି ଏପରି ଅଘଟଣା ଘଟିଛି। ଏଥିରେ ୭ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି। ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ପୁଲିସ୍‌ ମୃତକମାନଙ୍କ ଶରୀରକୁ ଜବତ କରି ଆଗାମୀ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ହୋଲା ମୋହଲ୍ଲା ଉତ୍ସବ ଚାଲିଥିବାବେଳେ ଏଠାରେ ହାଠାତ୍ ପାହାଡ଼ ଧସିଥିଲା।

ହୋଲି ପାଇଁ ଭୋର ପ୍ରାୟ ୫ଟାରେ ଆମ୍ବର ମେଡି ମେଳା ସେକ୍ଟର ନଂ ୫ ଚରଣ ଗଙ୍ଗାରେ ଶ୍ରଦ୍ଧାଳୁମାନେ ପବିତ୍ର ଝରଣାରେ ସ୍ନାନ କରୁଥିଲେ। ଏହି ସମୟରେ ହଠାତ୍ ପାହାଡ଼ରୁ ପଥର ଖସିବାକୁ ଲାଗିଥିଲା। ପଥର ଖସିବା ଦେଖି ଶ୍ରଦ୍ଧାଳୁଙ୍କ ମଧ୍ୟରେ ହଇଚଇ ସୃଷ୍ଟି ହେବାରୁ ଚରଣ ଗଙ୍ଗାରେ ଗାଧୋଉଥିବା ଷ୍ରଦ୍ଧାଳୁ ଆହତ ହୋଇଥିଲେ। ସମସ୍ତ ଆହତଙ୍କୁ ଚିକିତ୍ସା ପାଇଁ ସିଭିଲ ହସ୍ପିଟାଲ ଆମ୍ବକୁ ଅଣାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ଦୁଇ ଜଣ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଘଟିଛି। ୩ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଉନା ଆଞ୍ଚଳିକ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

 

ସମ୍ବନ୍ଧିତ ଖବର