ଖେଲୋ ଇଣ୍ଡିଆ ଦଶ କା ଦମ୍‌ ଭାରୋତ୍ତୋଳନ

ଭୁବନେଶ୍ବର: ଆନ୍ତର୍ଜାତିକ ମହିଳା ଦିବସ ଉପଲକ୍ଷେ ଉତ୍କଳ କରାଟେ ସ୍କୁଲ୍‌ ଖେଲୋ ଇଣ୍ଡିଆ ଏକାଡେମୀରେ ଖେଲୋ ଇଣ୍ଡିଆ ଦଶ କା ଦମ୍‌ ଭାରୋତ୍ତୋଳନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ମୋଟ ୨୨ ମହିଳା ପ୍ରତିଯୋଗୀ ବିଭିନ୍ନ ବର୍ଗରେ ଭାଗ ନେଇଥିଲେ।

ସେମାନଙ୍କ ମଧ୍ୟରୁ ମିନା ସିଂହ (୪୫ କେଜି) , ଅଙ୍କିତା ପ୍ରଧାନ (୪୯ କେଜି), ଭବାନୀ ମାନ୍‌ଡିଗା (୫୫ କେଜି), ସ୍ମୃତି ରାଉତ (୫୯ କେଜି), ଅପରାଜିତା ଭୂ୍ୟାଁ (୬୪ କେଜି), ସଂଗୀତା ପାଢ଼ୀ (୭୧ କେଜି), ମାଗନ୍ତୀ କୀର୍ତ୍ତି (୭୬ କେଜି), ସ୍ବାଗତିକା ବିଶ୍ବାଳ (୮୧ କେଜି) ଏବଂ କାଦୁଲୁରୀ ଅଭିଶିକ୍ତା (୮୭ କେଜି) ସ୍ବର୍ଣ୍ଣ ପଦକ ଜିତିଥିଲେ। କୃତୀ ପ୍ରତିଯୋଗୀମାନଙ୍କୁ ହକି ଓଡ଼ିଶାର ସଂପାଦକ ସନାତନ ସାହୁ, ସାଇ ଡେପୁଟୀ ଡାଇରେକ୍ଟର ତ୍ରୈଲୋକ୍ୟନାଥ ସାହୁ, ଅଜୟ ମିଶ୍ର, ଜାତୀୟ ଭାରୋତ୍ତୋଳକ ସଂଘ ପରିଦର୍ଶକ ଇଂ ଚିତ୍ତରଞ୍ଜନ ସ୍ବାଇଁ ଏବଂ ଓଡ଼ିଶା ଭାରୋତ୍ତୋଳନ ସଂଘ ସଂପାଦକ ନାରାୟଣ ସାହୁ ଅତିଥି ଭାବେ ଯୋଗଦେଇ ମାନପତ୍ର ପ୍ରଦାନ କରିଥିଲେ। ପ୍ରତିଯୋଗିତାକୁ ଉତ୍କଳ କରାଟେ ସ୍କୁଲ୍‌ର ପ୍ରତିଷ୍ଠାତା ଡ. ହରିପ୍ରସାଦ ପଟ୍ଟନାୟକ ଓ ସମସ୍ତ କର୍ମକର୍ତ୍ତା ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର