ଯବାନଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ

ଭୁବନେଶ୍ବର: ବିବାହ ପ୍ରତିଶ୍ରୁତି ଦେଇ ଜଣେ ଯବାନ ମହିଳାଙ୍କୁ ଦୁଷ୍କର୍ମ କରିଥିବା ଖଣ୍ଡଗିରି ଥାନାରେ ଅଭିଯୋଗ ହୋଇଛି। ପୀଡ଼ିତାଙ୍କ ଅଭିଯୋଗ ଅନୁଯାୟୀ ସେ ଖଣ୍ଡଗିରି ଡୁମୁଡୁମାରେ ରହୁଥିବା ବେଳେ ତାଙ୍କ ମୂଳ ଘର ହେଉଛି ଗଂଜାମ ଦିଗପହଣ୍ଡି। ଗତ ୨୦୧୫ ମସିହାରେ ପୀଡ଼ିତାଙ୍କର ଯବାନ ପବିତ୍ର ରେଡ୍ଡୀଙ୍କ ସହିତ ଦେଖା ହୋଇଥିଲା। ବିବାହ କରିବାକୁ କହି ସେ ତାଙ୍କୁ ବିଭିନ୍ନ ସ୍ଥାନକୁ ନେଇ ଶାରୀରିକ ସଂପର୍କ ରଖିଥିଲେ।

କିନ୍ତୁ ଏବେ ବିବାହ କରିବା ପାଇଁ ମନା କରିବା ସହିତ ପୀଡ଼ିତାଙ୍କୁ ଧରାଛୁଆଁ ଦେଇନଥିଲେ। ତେଣୁ ବାଧ୍ୟ ହୋଇ ପୀଡ଼ିତା ଏନେଇ ଭୁବନେଶ୍ବର ଏସ୍‌ଡିଜେଏମ୍ କୋର୍ଟର ଦ୍ବାରସ୍ଥ ହୋଇଥିଲେ। କୋର୍ଟଙ୍କ ଆଦେଶ ପରେ ଖଣ୍ଡଗିରି ଥାନା ପୁଲିସ ପବିତ୍ରଙ୍କ ବିରୋଧରେ ଦୁଷ୍କର୍ମ ମାମଲା ରୁଜୁ କରିଛି। ପୁଲିସ ପବିତ୍ରଙ୍କୁ ଠାବ କରିନାହିଁ।

ସମ୍ବନ୍ଧିତ ଖବର