ଝାମ୍ପିନେଲେ ମୋବାଇଲ୍‌

ଭୁବନେଶ୍ୱର : ମଞ୍ଚେଶ୍ୱର ଥାନାଠାରୁ ମାତ୍ର ୫୦ ମିଟର ଦୂରରେ ଥିବା ରିପ୍ଲେସଫ୍ଟ ଟେଷ୍ଟିଂ ଆଣ୍ଡ ଆସେସ୍‌ମେଣ୍ଟ ସର୍ଭିସେସ୍‌ ସଂସ୍ଥାର ଜଣେ କର୍ମଚାରୀଙ୍କଠାରୁ ଛିନ୍‌ତାଇ ହୋଇଥିବା ନେଇ ଅଭିଯୋଗ ହୋଇଛି। ଲୁଟ୍‌ର ଶିକାର ଯୁବକଜଣଙ୍କ ହେଲେ, ପୁରୀର ଦୀପକ କୁମାର ଫାରକ। ଗତକାଲି ସଂଧ୍ୟା ପ୍ରାୟ ସାଢ଼େ ୭ଟା ବେଳେ ସେ ମହିନ୍ଦ୍ରା ସୋ’ରୁମ୍‌ ସାମ୍ନାରେ ଛିଡ଼ା ହୋଇ କଥା ହେଉଥିବା ବେଳେ ଦୁଇଜଣ ଦୁର୍ବୃତ୍ତ ଏକ ବାଇକ୍‌ରେ ଆସି ତାଙ୍କ କାନ ପାଖରୁ ମୋବାଇଲ୍‌ଟି ଝାମ୍ପି ନେଇଥିଲେ। ଏ ନେଇ ସେ ମଞ୍ଚେଶ୍ବର ଥାନାରେ ଅଭିଯୋଗ କରିବାରୁ ପୁଲିସ ତଦନ୍ତ ଆରମ୍ଭ କରିଛି। କିନ୍ତୁ ଲୁଟେରାର ପତ୍ତା ପାଇନାହିଁ। କେବଳ ଏହି ଘଟଣା ନୁହେଁ, ଏହି ରାସ୍ତାରେ ଗତ ୪ ମାସ ଭିତରେ ଏଭଳି ୪ଟି ଘଟଣା ଘଟିଛି। ପୂର୍ବରୁ ଦୁଇଜଣ ଯୁବତୀଙ୍କଠାରୁ ଏଭଳି ଛିନ୍‌ତାଇ ହୋଇଥିଲା। ସନ୍ଧ୍ୟାରେ ବିଭିନ୍ନ ଶିଳ୍ପ ତଥା ଅନ୍ୟାନ୍ୟ ସଂସ୍ଥାରୁ କାମ ସାରି ଯୁବକ ଯୁବତୀମାନେ ଚାଲି ଚାଲି ଫେରୁଥାନ୍ତି। ଏହି ସମୟକୁ ଟାର୍ଗେଟ କରି ଲୁଟେରାମାନେ ଛକି ରହି ଏହି କାଣ୍ଡ କରିଥାନ୍ତି। ହେଲେ ଏହି ସମୟରେ ପାଟ୍ରୋଲିଂ ହେଉ ନଥିବାରୁ ଏହି ସବୁ ଅପରାଧ ଥମିବା ନାଁ ଧରୁନାହିଁ।

ସମ୍ବନ୍ଧିତ ଖବର