ଏକାମ୍ରରେ ଜନସମ୍ପର୍କ ପଦଯାତ୍ରା

ଭୁବନେଶ୍ବର: ଏକାମ୍ର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ୱାର୍ଡ ନଂ. ୬୫, ୬୪, ୬୬ରେ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏକ ବିରାଟ ଶୋଭାଯାତ୍ରାରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଡୁମୁଡୁମା ହାଉସିଂ ବୋର୍ଡ ଜଗନ୍ନାଥ ମନ୍ଦିର, ରଘୁନାଥ ନଗର, ଯଦୁପୁର ପରିକ୍ରମା କରିଥିଲେ। ଏହି ପଦଯାତ୍ରାରେ ସରକାରଙ୍କ ବିଭିନ୍ନ ଜନମଙ୍ଗଳକାରୀ ଯୋଜନା ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଯାଇଥିଲା।

ଆଜିର କାର୍ଯ୍ୟକ୍ରମରେ ସ୍ଥାନୀୟ କର୍ପୋରେଟର ଛବି ଦାସ, ସକିବା ମୁସାରତ୍, ସଂଯୁକ୍ତା ସୁନ୍ଦରାୟ, ପୂର୍ବତନ କର୍ପୋରେଟର ମୁଜାହିଦ୍ ହୁସେନ, ରୁନୁ ଜେନା, ଅଶ୍ୱିନୀ ସୁନ୍ଦରାୟ ଏକାମ୍ର ବିଜୁ ଯୁବ ଜନତା ଦଳର ସଭାପତି ରାଜେଶ ପାତ୍ର, ଶେଖ ଅମିର ମହମ୍ମଦ, ୱାର୍ଡ ସଭାପତି ବର୍କତ୍ ତୁଲ୍ଲା, ପ୍ରତାପ ଜେନା, ସୁଶିଲ ବିଶ୍ୱାଳ, ସବିର ଅଲ୍ଲୀ, ସୁଧୀର ଲେଙ୍କା, ଜ୍ୟୋତିରଞ୍ଜନ ପ୍ରଧାନ, କବିରାଜ ନାୟକ, ନରୋତ୍ତମ ବେହେରା, ଦ୍ବାରିକା ନାୟକ, ଲତା ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର