ପାର୍କିଂ ଜାଗା ନାହିଁ ପାର୍କ ହେଉଛି, ଗାଡ଼ି ରଖିବେ କେଉଁଠି?

ଭୁବନେଶ୍ୱର): ଶତାବ୍ଦି ନଗରରେ ବିଏମ୍‌ସିର ମନମୁଖୀ କାର୍ଯ୍ୟ। ବିନା ପାର୍କିଂ ସୁବିଧାରେ ବିଏମ୍‌ସି ପାର୍କ ନିର୍ମାଣ କରୁଛି। ଏହି ପାର୍କକୁ ଆସିବାକୁ ଥିବା ଲୋକମାନେ ରାସ୍ତା କଡ଼ରେ ଗାଡ଼ି ପାର୍କିଂ କରିବେ। ଦିନକୁ ଦିନ ଗାଡ଼ି ସଂଖ୍ୟା ବଢ଼ୁଥିବାରୁ ଏହି ରାସ୍ତାରେ ଅନେକ ଦିନ ହେବ ପ୍ରବଳ ଟ୍ରାଫିକ୍‌ ଜାମ୍‌ ହେଉଛି। ଏବେ ଏହି ପାର୍କ ଭୟଙ୍କର ଟ୍ରାଫିକ୍‌ ସମସ୍ୟା ସୃଷ୍ଟି କରିବ ବୋଲି ସମ୍ପୃକ୍ତ ଅଞ୍ଚଳର ବରିଷ୍ଠ ନାଗରିକମାନେ ଅଭିଯୋଗ ହୋଇଛି। ୱାର୍ଡ ନମ୍ବର -୫୧ରେ ଏହି ରାସ୍ତା ରହିଛି। ରାସ୍ତା ମୁଖଁ ରାସ୍ତାରୁ ଶତାବ୍ଦି ନଗରକୁ ଯାଉଥିବା ରାସ୍ତା କଡ଼ରେ ୨୭୦୦ ବର୍ଗ ଫୁଟ ଜାଗା ରେ ବିଏମ୍‌ସି ବିନା ପାର୍କିଂ ସୁବିଧାରେ ଏହି ପାର୍କ ନିର୍ମାଣ କରୁଛି। ପାର୍କିଂ ସୁବିଧା ନଥିଲେ ଘର ନିର୍ମାଣ ପାଇଁ ଅନୁମତି ମିଳୁନାହିଁ। ପାର୍କିଂ ଜାଗା ଦେଖାଇ ଯେଉଁମାନେ ଘର ନିର୍ମାଣ ପ୍ଲାନ୍‌ ନେଇଛନ୍ତି କିନ୍ତୁ ବାର୍କିଂ ଜାଗା ଛାଡ଼ି ନାହାନ୍ତି ‌ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଏମ୍‌ସି ନୋଟିସ୍‌ କରିଛି। ତେବେ ନିର୍ବାଚନ ପୂର୍ବରୁ ତରବରିଆ ଭାବେ ଏଭଳି ବେଆଇନ କାମ କାହିଁକି ବୋଲି ସେମାନେ ପ୍ରଶ୍ନ କରିଛନ୍ତି।
ଉଲ୍ଲେଖଯୋଗ୍ୟ, ଏହି ୱାର୍ଡର ବହୁ ବଡ଼ ବଡ଼ ହୋଟେଲ ସହ ବହୁତଳ ବିଶିଷ୍ଟ ଅଟ୍ଟାଳିକା ହୋଇଥିବାରୁ ହେବା ଘର ସଂଖ୍ୟା ପ୍ରାୟ ୨୦୦୦ ଓ ଜନସଂଖ୍ୟା ୧୦ ହଜାର ଛୁଇଁଲାଣି। ଦିନକୁ ଦିନ ଏହା ବଢ଼ୁଥସିବାରୁ ରାସ୍ତା ଚଉଡ଼ା କରିବା ଆବଶ୍ୟକତା ରହିଛି। କିନ୍ତୁ ବିଏମ୍‌ସି କିଭଳି ଓଲଟା କାମ କରୁଛି? ରାଜଧାନୀର ବିମାନ ବନ୍ଦର ଠାରୁ ସିଆରପିଏଫ୍‌ ଓ ଅନ୍ୟ ଏକ ରାସ୍ତା ବରମୁଣ୍ଡା ବସଷ୍ଟାଣ୍ଡ ପର୍ଯ୍ୟନ୍ତ ଲମ୍ବି ଥିବା ଏହି ଗହଳି ପୂର୍ଣ୍ଣ ରାସ୍ତାରେ ବିନା ପାର୍କିଂରେ ପାର୍କ ତିଆରି ନ କରିବାକୁ ବରିଷ୍ଠ ନାଗରିକମାନେ ଅନୁରୋଧ କରିଛନ୍ତି। ତେବେ ବିଏମ୍‌ସି କହିଛି, ଖାଲି ଜାଗା ରହିଲେ ଜବରଦଖଲ ହେଉଛି। ସ୍ଥାନୀୟ ଲୋକମାନେ ଚାଲି ଚାଲି ପାର୍କକୁ ଆସିବେ। ମୁକ୍ତାକାଶ ଜିମ୍‌ରେ ବ୍ୟାୟାମ କରିବେ। ତାଙ୍କ ସୁବିଧା ପାଇଁ କରାଯାଉଛି।

ସମ୍ବନ୍ଧିତ ଖବର