ଝାରପଡ଼ା ଜେଲରେ ଗୋଷ୍ଠୀ ସଂଘର୍ଷ: ୱାର୍ଡର ନିଲମ୍ବିତ

ଭୁବନେଶ୍ବର: ଝାରପଡ଼ା ଜେଲରେ ଗୋଷ୍ଠୀ ସଂଘର୍ଷ ଘଟଣାରେ କାର୍ଯ୍ୟାନୁଷ୍ଠାନ ହୋଇଛି। ଦୁଇ ଜେଲ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି ବିଭାଗ। ଜେଲର ୱାର୍ଡର ପ୍ରଭାତ କୁମାର ମହାରଣା ଏବଂ ଚିଫ୍ ୱାର୍ଡର ମଙ୍ଗୁଳି ସେଠୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ପ୍ରଭାତ ମହାରଣାକୁ ନିଲମ୍ବିତ କରାଯାଇଥିବା ବେଳେ ମଙ୍ଗୁଳିଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି।

ପ୍ରଭାତ ଝାରପଡ଼ା ଜେଲରେ ଥିବା ହାଇସିକ୍ୟୁରିଟି ସେଲ ଦାୟିତ୍ୱରେ ଥିଲେ। ଅଭିଯୁକ୍ତ ଚକରା ବାରିକଙ୍କୁ ଅନୁକମ୍ପା ଦେଖାଇବା ଅଭିଯୋଗରେ ତାଙ୍କୁ ନିଲମ୍ବନ କରାଯାଇଛି। ଚକରା ଉପରେ ନଜର ରଖି ତାକୁ ଖୋଲା ଛାଡ଼ିଦେଇଥିଲେ। ୱାର୍ଡର ଯାହା ସିସିିଟିଭି ଭିଡିଓରୁ ସ୍ପଷ୍ଟ ହୋଇଛି। ସେହିପରି ନାଇଟ୍ ଡ୍ୟୁଟିରେ ଥିବା ବେଳେ କିପରି ନିଶାଦ୍ରବ୍ୟ ଜେଲ ଭିତରକୁ ଆସିଲା ସେନେଇ ସ୍ପଷ୍ଟୀକରଣ ମାଗିଛି ବିଭାଗ।

ସମ୍ବନ୍ଧିତ ଖବର