ଅନୁସନ୍ଧାନ କରୁଥିବା ବର୍ଗ

ରାଜନୀତି

ସବୁ ଭେଦଭାବ ଭୁଲି ସମସ୍ତେ ଏକାଠି ହୁଅ: ନିରଞ୍ଜନ

କପ୍ତିପଦା/ଶାଳଚୁଆ : ବାଲେଶ୍ବର ପରେ ମୟୂରଭଞ୍ଜ ଜିଲ୍ଲାରେ କଂଗ୍ରେସ ପକ୍ଷରୁ ଜନଜାଗରଣ ଯାତ୍ରା ଆରମ୍ଭ ହୋଇଛି। ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ଯୋଗଦେଇ ଏହି ଯାତ୍ରାର ଶୁଭାରମ୍ଭ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଜିଲ୍ଲା ଅନ୍ତର୍ଗତ କପ୍ତିପଦା ବ୍ଲକ୍‌ ଜାମବଣି…
ଅଧିକ ଖବର ଦେଖନ୍ତୁ...

କୋରାପୁଟରେ ଯୁବ ବିଜେଡି କର୍ମୀଙ୍କ ପ୍ରଶିକ୍ଷଣ ଶିବିର

କୋରାପୁଟ : ନିଜ ବୁଥ୍‌କୁ ଜାଣ। କେତେ ଭୋଟର ଅଛନ୍ତି, କେତେ ଘର ଅଛି ତାହାର ହିସାବ ରଖ। ନିଜ ବୁଥ୍‌ରେ କେମିତି ଅଧିକ ଲୋକ ଭୋଟ ଦେବେ ଏବଂ ଏହାର ସିଂହଭାଗ କେମିତି ବିଜେଡି ଝୋଲିରେ ପଡ଼ିିବ ସେଥିପ୍ରତି ଧ୍ୟାନ ଦେବାକୁ ବିଜେଡିର ବରିଷ୍ଠ ପର୍ଯ୍ୟବେକ୍ଷକ ତଥା ରାଜ୍ୟସଭା ସାଂସଦ ସୌମ୍ୟ ରଂଜନ…
ଅଧିକ ଖବର ଦେଖନ୍ତୁ...

କ’ଣ ଆଉଥରେ ଏକାଠି ହେବେ କି ଗାନ୍ଧୀ ପରିବାରର ଦୁଇ ବୋହୂ ସୋନିଆ ଓ ମାନେକା! 

ନୂଆଦିଲ୍ଲୀ: ଗାନ୍ଧୀ ପରିବାରର ଦୁଇ ବୋହୂ; ମାନେ ସୋନିଆ ଗାନ୍ଧୀ (ରାଜୀବଙ୍କ ପତ୍ନୀ) ଓ ମାନେକା ଗାନ୍ଧୀ (ସଞ୍ଜୟଙ୍କ ପତ୍ନୀ)ଙ୍କ ମଧ୍ୟରେ ରହିଥିବା ତିକ୍ତତା କାହାରିକୁ ଅଛପା ନୁହେଁ। କେହି କାହାରିକି ଆଡ଼ ଆଖିରେ ସୁଦ୍ଧା ଦେଖିପାରନ୍ତି ନାହିଁ। ସେଥିପାଇଁ ମାନେକା ତାଙ୍କ ପୁଅ ବରୁଣକୁ ଧରି…
ଅଧିକ ଖବର ଦେଖନ୍ତୁ...

ଅଶୋକ ଗେହଲଟ୍ ଓ ସଚିନ୍‌ ପାଇଲଟ ଉଭୟେ ଲଢ଼ିବେ ରାଜସ୍ଥାନ ବିଧାନସଭା ନିର୍ବାଚନ; ହେଲେ, କିଏ ହେବ ଦଳର ମୁଖ୍ୟମନ୍ତ୍ରୀ…

ନୂଆଦିଲ୍ଲୀ: ରାଜସ୍ଥାନରେ ଅନୁଷ୍ଠିତ ହେବାକୁ ଯାଉଥିବା ଆଗାମୀ ରାଜ୍ୟ ବିଧାନସଭା ନିର୍ବାଚନରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରି ଶେଷରେ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ରାଜସ୍ଥାନ ପ୍ରଦେଶ କଂଗ୍ରେସ ମୁଖ୍ୟ ସଚିନ୍‌ ପାଇଲଟ ଉଭୟେ ନିର୍ବାଚନୀ ରଣାଙ୍ଗନରେ…
ଅଧିକ ଖବର ଦେଖନ୍ତୁ...

ପୁଣି ମୋଦିଙ୍କୁ ଆକ୍ଷେପ କଲେ ଶଶୀ ଥରୁର୍‌: ନେହେରୁଙ୍କ ପାଇଁ ଜଣେ ଚା’ବାଲା ଆଜି ଦେଶର ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ବାରମ୍ବାର ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଆକ୍ଷେପ କରି ଚର୍ଚ୍ଚାରେ ରହିଥିବା କଂଗ୍ରେସର ବରିଷ୍ଠ ନେତା ତଥା ସାଂସଦ ଶଶୀ ଥରୁର୍‌ ପୁଣିଥରେ ମୋଦିଙ୍କୁ ଆକ୍ଷେପ କରିଛନ୍ତି। ନେହେରୁଙ୍କ ଜନ୍ମଦିନ ଅବସରରେ ଥରୁର୍‌ କହିଛନ୍ତି କି ‘ଯଦି ଆଜି ଜଣେ ଚା’ ବାଲା ଦେଶର ପ୍ରଧାନମନ୍ତ୍ରୀ…
ଅଧିକ ଖବର ଦେଖନ୍ତୁ...

କେନ୍ଦ୍ର ମନ୍ତ୍ରିମଣ୍ଡଳରେ ପରିବର୍ତ୍ତନ; ସଦାନନ୍ଦ ଗୌଡ଼ାଙ୍କୁ ସାର ଓ ରସାୟନ ଏବଂ ନରେନ୍ଦ୍ର ତୋମାରଙ୍କୁ ସଂସଦୀୟ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି (ମଙ୍ଗଳବାର) ସନ୍ଧ୍ୟାରେ ତାଙ୍କ ମନ୍ତ୍ରିମଣ୍ଡଳରେ ଏକ ଛୋଟ ପରିବର୍ତ୍ତନ କରିଛନ୍ତି। ପରିସଂଖ୍ୟନ ଓ ଯୋଜନା ରୂପାୟନ ବିଭାଗର ମନ୍ତ୍ରୀ ଥିବା ଡି ଭି ସଦାନନ୍ଦ ଗୌଡ଼ାଙ୍କୁ ସାର ଓ ରସାୟନ ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ସେହିପରି…
ଅଧିକ ଖବର ଦେଖନ୍ତୁ...

ନୂତନ କଳେବର ସହ ଉନ୍ମୋଚିତ ହେଲା ନିର୍ବାଚନ କମିଶନଙ୍କ ପୋର୍ଟାଲ; ଫୋନ୍‌ରେ ମଧ୍ୟ କରିହେବ ଏହାର ବ୍ୟବହାର

ନୂଆଦିଲ୍ଲୀ: ଭାରତର ନିର୍ବାଚନ କମିଶନଙ୍କ ପକ୍ଷରୁ ନୂତନ ଭାବେ ପ୍ରସ୍ତୁତ ହୋଇଥିବା ୱେବସାଇଟ ବା ପୋର୍ଟାଲ https://eci.gov.inକୁ ଗତ ସନ୍ଧ୍ୟାରେ ଆନୁଷ୍ଠାନିକ ଭାବେ ଉନ୍ମୋଚନ କରାଯାଇଛି। ସମ୍ପୂର୍ଣ୍ଣ ନୂତନ କଳେବର ସହ ପ୍ରସ୍ତୁତ ହୋଇଥିବା ଏହି ପୋର୍ଟାଲ ବ୍ୟବହାରକାରୀମାନଙ୍କ ପାଇଁ ଅତ୍ୟନ୍ତ…
ଅଧିକ ଖବର ଦେଖନ୍ତୁ...

ମହାମେଣ୍ଟ ଗଠନ ଲାଗି ନବୀନଙ୍କ ସହ ଫୋନରେ ବାର୍ତ୍ତାଳାପ ପରେ ମମତାଙ୍କୁ ଭେଟିବେ ଚନ୍ଦ୍ରବାବୁ ନାଇଡୁ

ନୂଆଦିଲ୍ଲୀ: ଅଣ-ବିଜେପି ଦଳଗୁଡ଼ିକୁ ଏକାଠି କରି ମହାଗଠନ ଲାଗି ଜୋରଜାର ଉଦ୍ୟମ ଜାରି ରଖିଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ତେଲୁଗୁ ଦେଶମ୍‌ ପାର୍ଟି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ। ଗତକାଲି ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଫୋନ୍‌ରେ ଏ ନେଇ କଥାବାର୍ତ୍ତା ହେବା ସହ…
ଅଧିକ ଖବର ଦେଖନ୍ତୁ...

ରାଜ୍ୟ ମହିଳା କ˚ଗ୍ରେସ‌ର ଘୋଷିତ କମିଟି‌ରେ ଶତାଧିକ ସଦସ୍ୟା

ଭୁବନେଶ୍ବର : ୨୦୧୯ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ଓଡିଶା ପ୍ରଦେଶ ମହିଳା କ˚ଗ୍ରେସ ଆଜି ବିଶାଳ କମିଟି ଘୋଷଣା କରିଛି। ଶତାଧିକ ସଦସ୍ୟାଙ୍କୁ ନେଇ ଗଠିତ ଏହି କମିଟିରେ ୨ଜଣ କାର୍ଯ୍ୟକାରୀ ସଭାପତି, ଜଣେ କୋଷାଧ୍ୟକ୍ଷ, ୧୫ ଜଣ ଉପସଭାପତି, ୩୧ଜଣ ସାଧାରଣ ସ˚ପାଦଳ, ୩୫ ଜଣ ସ˚ପାଦକ, ୧୦ଜଣ…
ଅଧିକ ଖବର ଦେଖନ୍ତୁ...

ନବୀନଙ୍କୁ ଫୋନ୍‌ କଲେ ଚନ୍ଦ୍ରବାବୁ ନାଇଡୁ, ଆସନ୍ତା ୨୨ରେ ହେବାକୁ ଥିବା ସର୍ବଦଳୀୟ ବୈଠକକୁ କଲେ ନିମନ୍ତ୍ରଣ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ କଥା ହୋଇ ଆସନ୍ତା ୨୨ ତାରିଖରେ ସର୍ବଦଳୀୟ ବୈଠକ ପାଇଁ ନିମନ୍ତ୍ରଣ କରିଛନ୍ତି। ଏଥିସହିତ ଫୋନ୍‌ କରି ମୋଦି ବିରୋଧୀ ମେଣ୍ଟରେ ସାମିଲ ହେବା ପାଇଁ ଚନ୍ଦ୍ରବାବୁ ନାଇଡୁ ଆହ୍ଵାନ୍‌ ମଧ୍ୟ ଦେଇଛନ୍ତି।…
ଅଧିକ ଖବର ଦେଖନ୍ତୁ...