ପ୍ରେମିକାଙ୍କ ଇଚ୍ଛା ପୁରଣ ପାଇଁ ପ୍ରେମିକ ମାଇନସ ୨୫ଡିଗ୍ରି ସେଲସିୟସରେ ବିବାହ ପାଇଁ ସ୍ଥାନ ବାଛିଲେ

ନୂଆଦିଲ୍ଲୀ: ଆଜିକାଲିର ଯୁବପିଢ଼ିମାନେ ବିବାହ ପାଇଁ ଏମିତି କିଛି ସ୍ଥାନକୁ ବାଛୁଛନ୍ତି ଯାହାକୁ ଦେଖିଲେ ଆଶ୍ଚର୍ଯ୍ୟ ଲାଗିଥାଏ। ସୋସିଆଲ ମିଡିଆରେ ଏହି କିଛିଦିନ ହେବ ଏମିତି ଏକ ଭିଡିଓ ଘୁରି ବୁଲିଛି।

ତେବେ ଭିଡିଓରେ ବର-ବଧୂ ବସିଥିବା ମଣ୍ଡପ ଚାରିପଟେ ବରଫ ଆଚ୍ଛାଦିତ ହୋଇଯାଇଥିବା ‌ଦେଖିବାକୁ ମିଳୁଛି। ବର-ବଧୂଙ୍କ ସହିତ ବିବାହ ମଣ୍ଡପରେ ଉପସ୍ଥିତ ଥିବା ବ୍ରାହ୍ମଣ ଓ ଅତିଥିମାନେ ଥଣ୍ଡାରେ କମ୍ପୁଥିବା ବି ଦେଖିବାକୁ ମିଳୁଛି। ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଯେଉଁ ସ୍ଥାନରେ ଏହି ବିବାହ ଆୟୋଜିତ ହୋଇଥିଲା ସେଠାକାର ତାପମାତ୍ରା ମାଇନସ ୨୫ଡିଗ୍ରି ସେଲସିୟସ ରହିଥିଲା।

ତେବେ ଆପଣମାନେ ଭାବୁ ଥାଇପାରନ୍ତି ଏତେ ଥଣ୍ଡାରେ ବିବାହ ପାଇଁ ସ୍ଥାନକୁ କାହିଁକି ବଛ‌ାଗଲା। ଆପଣଙ୍କୁ ଜଣାଇ ଦେବାକୁ ଚାହିଁବୁ କି ଏସବୁ ଜଣେ ପ୍ରେମିକ ନିଜର ପ୍ରେମିକାଙ୍କ ଇଚ୍ଛା ପୁରଣ ପାଇଁ କରିଥିବା ଜଣାପଡ଼ିଛି।

 

 

View this post on Instagram

 

A post shared by Sach Kadwa Hai (@sachkadwahai)

ଭିଡିଓରେ ଦେଖିବାକୁ ମିଳୁଥିବା ବର-ବଧୂଙ୍କ ମଧ୍ୟରେ ଅନେକ ଦିନର ହେବ ପ୍ରେମ ସମ୍ପର୍କ ଥିଲା। ଏହି ସମ୍ପର୍କ ଯେତେବେଳେ ବିବାହରରେ ପରିଣତ ହେବାକୁ ସ୍ଥିର ହେଲା ପ୍ରେମିକା ନିଜର ପ୍ରେମିକଙ୍କୁ କହିଥିଲେ, ‘ଆମର ବିବାହ ଏମିତି ହେବ ଯାହା ମୋର ସବୁଦିନ ପାଇଁ ମ‌ନେ ରହିବ।’

ପ୍ରେମିକାଙ୍କ ଏଭଳି ଇଚ୍ଛାକୁ ଧ୍ୟାନରେ ରଖି ପ୍ରେମିକା ବିବ‌ାହ ପାଇଁ ସ୍ଥାନ ଖୋଜିଖୋଜି ଶେଷରେ ହିମାଞ୍ଚଳ ପ୍ରଦେଶର ଲାହୋଲ ସ୍ପିତି ସ୍ଥାନକୁ ବାଛିଥିଲେ।। ଯେଉଁଠିକାର ତପାମତ୍ରା ଥିଲା ମାଇନସ ୨୫ଡିଗ୍ରି‌ ସେଲସିୟସ। ପ୍ରଥ‌ମେ ଏପରି ସ୍ଥାନରେ ବିବାହ ପାଇଁ ଝିଅ ଓ ପୁଅ ଘରଲୋକ ରାଜି ନଥିଲେ। ପରେ ସମସ୍ତେ ରାଜି ହୋଇଯାଇଥିଲେ। ଧୁମଧାମରେ ବିବାହ ହୋଇଥିଲା। ଗୁଜୁରାଟ ନବଦମ୍ପତ୍ତିଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ବି ହେଉଛି।

 

ସମ୍ବନ୍ଧିତ ଖବର