ୟୁଟ୍ୟୁବର୍‌ ଅର୍ମାନଙ୍କ ବେକରୁ ବାଇକ୍‌ରେ ଆସି ସୁନା ଚେନ୍‌ ଲୁଟି ନେଲେ ଲୁଟେରା

ନୂଆଦିଲ୍ଳୀ: ସବୁବେଳେ ନିଜର ଦୁଇ ପତ୍ନୀଙ୍କୁ ନେଇ ଚର୍ଚ୍ଚାରେ ରହୁଥିବା ୟୁଟ୍ୟୁବର୍‌ ଅର୍ମାନ ମଲ୍ଲିକ ଏବେ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ଏଥର ଚର୍ଚ୍ଚାର କାରଣ କିନ୍ତୁ ତାଙ୍କ ଦୁଇ ପତ୍ନୀ ନୁହନ୍ତି। ଅର୍ମାନ ତାଙ୍କର ଦୈନନ୍ଦିନ ଜୀବନର ସମସ୍ତ ଘଟଣାକୁ ୟୁଟ୍ୟୁବ୍‌ରେ ସେୟାର୍‌ କରୁଥିବା ‌ବେଳେ ନିକଟରେ ତାଙ୍କ ସୁନା ଚେନ୍‌ ଚୋରି ହୋଇଥିବା କଥାକୁ ସେୟାର୍‌ କରିଛନ୍ତି।

ଜାଣିବାକୁ ମିଳିଛି ଯେ ଅର୍ମାନ ଜିମ୍‌ରୁ ଫେରୁଥିବା ବେଳେ ଦୁଇ ଜଣକ ବାଇକ୍‌ ଚାଳକ ତାଙ୍କୁ ଅନୁସରଣ କରିଥି‌ଲେ। ସେ ଦୁଇ ଜଣ ଆସି ଅର୍ମାନଙ୍କ ପାଖରେ ଗାଡ଼ି ଅଟକାଇ ତାଙ୍କୁ ଏକ ମଲ୍‌ର ଠିକଣା ପଚାରିଥିଲେ। ଅର୍ମାନ ଅନ୍ୟମନସ୍କ ହୋଇ ଠିକଣା କହିବା ବେଳେ ‌ବାଇକର୍‌ ତାଙ୍କ ବେକରୁ ଚେନ୍‌କୁ ଝିଙ୍କି ନେଇ ତୀବ୍ରବେଗରେ ପଳାଇ ଯାଇଥିଲେ।

ଏପରିକି ବାଇକ୍‌ ଚାଳକଙ୍କ ଗାଡ଼ିରେ ନମ୍ବର ପ୍ଲେଟ୍‌ ବି ନଥିଲା। ଏହି ଘଟଣା ଘଟିବା ପରେ ଅର୍ମାନ ପୁଲିସ୍‌ରେ ଅଭିଯୋଗ ଆଣିଛନ୍ତି। ତେବେ ଏହି ଚେନ୍ ଚୋରି ହେବା ସହ ଅର୍ମାନଙ୍କ ବେକରେ ଦାଗ ବ ପଡ଼ିଯାଇଛି। ଅର୍ମାନ ଘରକୁ ଫେରିବା ପରେ ତାଙ୍କ ଦୁଇ ପତ୍ନୀ ପାୟଲ ଓ କୃର୍ତ୍ତିକା ଖୁବ୍‌ ବିବ୍ରତ ହୋଇ ପଡ଼ିଥିଲେ।

ଉଲ୍ଲେଖଯୋଗ୍ୟ, ଅର୍ମାନ ତାଙ୍କ ପ୍ରଥମ ପତ୍ନୀ ପାୟଲଙ୍କୁ ୨୦୧୧ ମସିହାରେ ବିବାହ କରିଥିଲେ। ସେମାନଙ୍କ ଏକ ପୁତ୍ର ଚିରାୟୁ ବି ଥିଲା। ସେ ପୁଣି ଥରେ ୨୦୧୮ ମସିହାରେ କୃର୍ତ୍ତିକାଙ୍କୁ ବିବାହ କରିଥିଲେ। ଚଳିତବର୍ଷ ପୁଣି ପାୟଲ ଏକ ପୁତ୍ର ଓ ଏକ କନ୍ୟା ସନ୍ତାନଙ୍କୁ ଜନ୍ମ ଦେଇଥିବା ବେଳେ କୃର୍ତ୍ତିକା ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି।

ସମ୍ବନ୍ଧିତ ଖବର