ଆଇପିଏଲ : ଋତୁରାଜ ଗାଏକ୍ବାଡଙ୍କ ଶତକ, ଲକ୍ଷ୍ନୌ ଆଗରେ ୨୧୧ ରନର ଲକ୍ଷ୍ୟ ରଖିଲା ଚେନ୍ନାଇ

ଚେନ୍ନାଇ: ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମଠାରେ ଖେଳାଯାଉଥିବା ଆଇପିଏଲ ୨୦୨୪ର ୩୯ତମ ମ୍ୟାଚରେ ଲକ୍ଷ୍ନୌ ସୁପରଜାୟାଣ୍ଟସ ଆଗରେ ୨୧୧ ରନର ଲକ୍ଷ୍ୟ ରଖିଛି ଚେନ୍ନାଇ ସୁପକିଙ୍ଗସ୍ ।

ଏହି ମ୍ୟାଚରେ ଲକ୍ଷ୍ନୌ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଚେନ୍ନାଇ ଆରମ୍ଭରୁ ଅଜିଙ୍କ୍ୟ ରାହାଣେଙ୍କ ଓ୍ବିକେଟ ହରାଇ ଝଟକା ପାଇଥିଲେ ବି ଋତୁରାଜ ଗାଏକ୍ବାଡ୍ ଅଧିନାୟକ ଇନିଂସ ଖେଳିବା ସହ ଏକ ଆକର୍ଷଣୀୟ ଶତକ ମାରିଥିଲେ । ସେ ମାତ୍ର ୬୦ଟି ବଲ ଖେଳି ୧୦୮ ରନ କରି ଦଳୀୟ ସ୍କୋରକୁ ୨୦୦ ସେପଟକୁ ନେଇଯାଇଥିଲେ । ଏ କ୍ଷେତ୍ରରେ ତାଙ୍କୁ ସହାୟତା କରିଥିଲେ ଶିବମ ଦୁବେ । ସେ ମାତ୍ର ୨୭ଟି ବଲ ଖେଳି ୬୬ ରନ କରିଥିଲେ । ରବୀନ୍ଦ୍ର ଜାଦେଜା ୧୬ ରନ ଓ ଡାରିଲ ମିଚେଲ ୧୧ ରନ କରିଥିଲେ । ମହେନ୍ଦ୍ର ସିଂ ଧୋନୀ ଶେଷ ବଲରେ ଚୌକା ମାରିଥିଲେ । ଲକ୍ଷ୍ନୌ ପକ୍ଷରୁ ମହସିନ ଖାଁ, ୟଶ ଠାକୁର ଓ ମାଟ୍ ହେନରୀ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।

ସମ୍ବନ୍ଧିତ ଖବର