ରାଇନାଙ୍କୁ ନନେବାର କାରଣ କହିଲା ସିଏସ୍‌କେ

ଚେନ୍ନାଇ : ଆଇପିଏଲ୍ ନିଲାମରେ ବାମହାତୀ ବ୍ୟାଟର୍ ସୁରେଶ ରାଇନାଙ୍କୁ ତାଙ୍କ ପୁରୁଣା ଦଳ ଚେନ୍ନାଇ ସୁପରକିଙ୍ଗ୍ସ (ସିଏସ୍‌କେ) ନକିଣିବା ତାଙ୍କ ପ୍ରଶଂସକଙ୍କୁ ବ୍ୟଥିତ କରିଛି। ଏପରିକି ସିଏସ୍‌କେ ପ୍ରଶଂସକମାନେ ଦଳର ଏଭଳି ନିଷ୍ପତ୍ତିକୁ ତୀବ୍ର ସମାଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମରେ ଦଳକୁ ବର୍ଜନ କରିବାକୁ ଅଭିଯାନ ବି ଆରମ୍ଭ କରି ଦେଇଛନ୍ତି। ଏଭଳି ସ୍ଥିତିରେ ସିଏସ୍‌କେର ମୁଖ୍ୟ କାର୍ଯ୍ୟନିର୍ବାହୀ ରାଇନାଙ୍କୁ କାଶି ବିଶ୍ବନାଥ ଦଳରେ ନନେବାର କାରଣ ଉପରୁ ପରଦା ଉଠାଇଛନ୍ତି। ସେ କହିଛନ୍ତି ଯେ ଗତ ୧୨ ବର୍ଷ ଭିତରେ ସିଏସ୍‌କେ ପାଇଁ ରାଇନା‌ ସ୍ଥିର ପ୍ରଦର୍ଶନ ଦେଇ ଆସିଛନ୍ତି। ରାଇନାଙ୍କୁ ନନେବା ନିଷ୍ପତ୍ତି ଆମ ପାଇଁ ବି ସହଜ ନଥିଲା। ହେଲେ ତା ସହିତ ଆପଣମାନଙ୍କୁ ମଧ୍ୟ ଏକଥା ବୁଝିବାକୁ ହେବ ଯେ ଦଳ ଗଠନ ଖେଳାଳିଙ୍କ ଫର୍ମ ଏବଂ ଆମେ ଆଗକୁ କିଭଳି ଦଳ ବାଛିବାକୁ ଚାହୁଛୁ, ତା ଉପରେ ନିର୍ଭରଶୀଳ ରହିଥାଏ। ସେଥିପାଇଁ ଆମେ ଭାବିଥିଲୁ ଏବେକାର ଦଳରେ ରାଇନା ସ୍ଥାନ ପାଇବା ଉଚିତ ନୁହେଁ।

ସମ୍ବନ୍ଧିତ ଖବର