ସଂସଦ ଟିଭିର ୟୁଟ୍ୟୁବ୍ ଚ୍ୟାନେଲ ୩ ଘଣ୍ଟା ହ୍ୟାକ୍

ନୂଆଦିଲ୍ଲୀ, : ମଙ୍ଗଳବାର ରାତି ପ୍ରାୟ ଗୋଟାଏ ବେଳେ ସାଇବର ଅପରାଧୀଙ୍କ ଦ୍ବାରା ସଂସଦ ଟିଭିକୁ ହ୍ୟାକ୍ କରାଯାଇଥିଲା। ଏଥି ସହ ଚ୍ୟାନେଲର ନାମ ବଦଳାଇ ହ୍ୟାକରମାନେ ‘ଏଥେରିୟମ୍’ ବୋଲି ରଖିଥିଲେ। ଜାଲିଆତିକାରୀଙ୍କ ବେଆଇନ କାର୍ଯ୍ୟକଳାପ ପାଇଁ ଏହି ହ୍ୟାକିଂ ହୋଇଥିବା ଅଭିଯୋଗ ହୋଇଛି। ତେବେ ସଂସଦ ଟିଭିର ସୋସିଆଲ ମିଡ଼ିଆ ଟିମ୍ ତୁରନ୍ତ ଏହା ଉପରେ କାମ କରି ରାତି ପ୍ରାୟ ୩ଟା ୪୫ରେ ଚ୍ୟାନେଲକୁ ପୂର୍ବ ଅବସ୍ଥାକୁ ଫେରାଇ ଆଣିବାକୁ ସକ୍ଷମ ହୋଇଛି। ଇଣ୍ଡିଆନ କମ୍ପ୍ୟୁଟର ଇମର୍ଜେନ୍ସି ରେସ୍‌ପନ୍ସ ଟିମ୍ (ସିଇଆର୍‌ଟି) ମଧ୍ୟ ଏ ବାବଦରେ ସଂସଦ ଟିଭିକୁ ସଚେତନ କରାଇଥିଲା।

ସମ୍ବନ୍ଧିତ ଖବର