ବରଫ ନୃତ୍ୟ ବେଳେ ଖୋଲିଗଲା ପୋଷାକ

ପିଙ୍ଗଚାଙ୍ଗ୍‌: ଦକ୍ଷିଣ କୋରିଆର ପିଙ୍ଗଚାଙ୍ଗ୍‌ଠାରେ ଚାଲିଥିବା ଶୀତକାଳୀନ ଅଲିମ୍ପିକ୍ସରେ ସୋମବାର ଏକ ଅଶୋଭନୀୟ ଓ ଦୁଃଖଦ ଘଟଣା ଘଟିଥିଲା। ବରଫ ଉପରେ ଫିଗର ସ୍କେଟିଂ ଯୁଗଳ ନୃତ୍ୟ ପ୍ରତିଯୋଗିତାର ପ୍ରଥମ ଦିନରେ ଫ୍ରାନ୍ସର ମହିଳା ପ୍ରତିଯୋଗୀ ଗାବ୍ରିଏଲା ପାପାଡକିସ୍‌ ଅଳ୍ପକେ ଲଜ୍ଜିତ ହେବାରୁ ବର୍ତି ଯାଇଥିଲେ। ନୃତ୍ୟ ପରିବେଷଣ କରୁଥିଲା ବେଳେ ତାଙ୍କ ପୋଷାକ ହଠାତ୍‌ ଖୋଲି ଯାଇଥିଲା। ଗାବ୍ରିଏଲା ଅବଶ୍ୟ ସତର୍କତାର ସହ ନିଜ ହାତରେ ନିଜ ପୋଷାକକୁ ଜାବୁଡ଼ି ଧରି ପକାଇଥିଲେ। ତେବେ ଏଥିପାଇଁ ସେ ଯୋଗ୍ୟତା ପର୍ଯ୍ୟାୟର ପ୍ରଥମ ସ୍ଥାନରୁ ବଞ୍ଚିତ ହୋଇଥିଲେ। ଏହି ଘଟଣା ପରେ ଅନ୍ୟମନସ୍କ ହୋଇ ଗାବ୍ରିଏଲା ନିଜ ଶ୍ରେଷ୍ଠ ପ୍ରଦର୍ଶନ ଦେଇ ପାରି ନଥିଲେ। ଏହି ବର୍ଗରେ କାନାଡା ଯୋଡ଼ି ପ୍ରଥମରେ ରହି ଫାଇନାଲକୁ ଯାଇଥିଲେ। ପ୍ରତିଯୋଗିତା ପରେ ହତାଶ ଗାବ୍ରିଏଲା ଏହି ଘଟଣା ପାଇଁ ଏକ ପ୍ରକାର କାନ୍ଦି ପକାଇଥିଲେ। ପୋଷାକ ପାଇଁ ପ୍ରଥମ ସ୍ଥାନରୁ ବଞ୍ଚିତ ହେବା ମୋତେ ବ୍ୟଥିତ କରିଛି। ଏଥିପାଇଁ ମୁଁ ଏକାଗ୍ରତା ହରାଇଥିଲି ବୋଲି ସେ କହିଥିଲେ।

ସମ୍ବନ୍ଧିତ ଖବର