ସ୍ପେନ୍‌ ଦଳରୁ ବାଦ୍‌ ପଡ଼ିଲେ ଗୟା, ଆଲେଜ‌ାଣ୍ଟ୍ରୋ ସାମିଲ

ଦୋହା: ସ୍ପେନ୍‌ର ଡିଫେଣ୍ଡର୍‌ ଜୋସ୍‌ ଗୟା ଆହତ ଯୋଗୁଁ ଫିଫା ବିଶ୍ବକପ୍‌ ଦଳରୁ ବାଦ୍‌ ପଡ଼ିଛନ୍ତି। ଜୋର୍ଡାନ୍‌ରେ ଅଭ୍ୟାସ ସମୟରେ ତାଙ୍କ ଗୋଇଠି ମୋଡ଼ି ହୋଇଯିବାରୁ ସେ ବିଶ୍ବକପ୍‌ରେ ଖେଳିପାରିବେନି ବୋଲି ଦଳ ପକ୍ଷରୁ କୁହାଯାଇଛି। ତାଙ୍କ ସ୍ଥାନରେ ୧୯ ବର୍ଷିୟ ଆଲେଜାଣ୍ଟ୍ରୋ ବାଲ୍‌ଡିଙ୍କୁ ଦଳରେ ସାମିଲ କରାଯାଇଛି। ଫଳରେ ଆଲେଜାଣ୍ଡ୍ରୋ ପ୍ରଥମ ଥର ପାଇଁ ବରିଷ୍ଠ ଦଳରେ ସ୍ଥାନ ପାଇଛନ୍ତି। ଜୋର୍ଡାନ୍‌ରେ ସ୍ପେନ୍‌ ଖେଳିଥିବା ୱାର୍ମଅପ୍‌ ମ୍ୟାଚ୍‌ରେ ଘରୋଇ ଦଳ ବିପକ୍ଷରେ ୩-୧ ଗୋଲରେ ବିଜୟୀ ହୋଇଥିଲା। ଗ୍ରୁପ୍‌ ଇ’ରେ ସ୍ପେନ୍‌ର ପ୍ରଥମ ମୁକାବିଲା କୋଷ୍ଟାରିକା ସହିତ ହେବ।

ସମ୍ବନ୍ଧିତ ଖବର