ଇଣ୍ଡିଆ ଓପନ୍‌ ଗେଟ୍‌ବଲ୍‌, ଓଡ଼ିଶା ବିଜେତା

ଭୁବନେଶ୍ୱର: ସ୍ଥାନୀୟ ପୂର୍ବତଟ ରେଳବାଇ ଷ୍ଟାଡିୟମ୍‌ରେ ଚାଲିଥିବା ଇଣ୍ଡିଆ ଓପନ୍‌ ଗେଟ୍‌ବଲ୍‌ ପ୍ରତିଯୋଗିତାରେ ଓଡ଼ିଶା ଦଳର ପ୍ରାଧାନ୍ୟ ପରିଲଖିତ ହୋଇଛି। ଉଭୟ ଦଳଗତ ଏବଂ ଯୁଗଳ ବର୍ଗରେ ଓଡ଼ିଶା ଦଳ ହିଁ ବିଜେତା ହୋଇଛନ୍ତି। ଯୁଗଳ ବର୍ଗରେ ଓଡ଼ିଶା ‘ଏ’କୁ ହରାଇ ଓଡ଼ିଶା ‘ବି’ ବିଜେତା ହୋଇଥିଲା। ବିଜେତା ଦଳରେ ରଂଜନ କୁମାର ପାତ୍ର ଏବଂ ଶ୍ୟାମସୁନ୍ଦର ଦାସ ପ୍ରତିନିଧିତ୍ବ କରିଥିଲେ। ପୂର୍ବରୁ ଏହି ଦୁଇ ଦଳ ସେମିଫାଇନାଲରେ ତାଇୱାନ (ବି) ଏବଂ ଚଣ୍ଡୀଗଡ଼କୁ ପରାସ୍ତ କରିଥିଲା। ସେହିଭଳି ଦଳଗତ ବର୍ଗରେ ଓଡ଼ିଶା ‘ଏ’ ୨୧-୯ରେ ଭୁବନେଶ୍ବରର କ୍ୟାପିଟାଲ୍‌ ହାଇସ୍କୁଲ୍‌କୁ ପରାସ୍ତ କରି ବ‌ିଜେତା ହୋଇଥିଲା। ବିଜେତା ଦଳରୁ ସତୀଶ ପୃଷ୍ଠି, ରଂଜନ କୁମାର ପାତ୍ର, ଅଭିଷେକ ମହାନ୍ତି, ସୁରେଶ କାଣ୍ଡି ଏବଂ ରଂଜନ କୁମାର ମିଶ୍ର ପ୍ରତିନିଧିତ୍ବ କରିଥିଲେ। ଉଦ୍‌ଯାପନୀ ଉତ୍ସବରେ ଅନୁଗୁଳ ସୁକିନ୍ଦା ରେଳ ପ୍ରକଳ୍ପର ପରିଚାଳନା ନିର୍ଦେଶକ ଦିଲୀପ କୁମାର ସାମନ୍ତରାୟ, ଏସିଆ ପାସିଫିକ୍‌ ଗେଟ୍‌ବଲ୍‌ ୟୁନିଅନ୍‌ର ଅଧ୍ୟକ୍ଷ ମିଷ୍ଟର୍ ହିନ୍, ଇଲେକ୍ଟ୍ରୋ‌ଷ୍ଟିଲ୍‌ କାଷ୍ଟିଙ୍ଗ୍‌ ଲିମିଟେଡ୍‌ର ଜିଏସ୍ ମନଦୀପ୍ତ ମିତ୍ର, ଜିନ୍ଦଲ ଷ୍ଟିଲ୍‌ର ପ୍ରଶାନ୍ତ କୁମାର ପଟ୍ଟନାୟକ ଅତିଥି ଭାବେ ଯୋଗ ଦେଇ ପୁରସ୍କାର ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଇଣ୍ଡିଆନ୍‌ ଗେଟ୍‌ବଲ୍ ୟୁନିଅନ୍‌ର ସଭାପତି ଦୈପାୟନ ପଟ୍ଟନାୟକ, ସମ୍ପାଦକ ଦିଲୀପ କୁମାର ଦାସ, କୋଷାଧ୍ୟକ୍ଷ ବିଶ୍ବରଂଜନ ମିଶ୍ର, ଟ୍ରଷ୍ଟି ସଞ୍ଜୟ ପଟ୍ଟନାୟକ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର