ଲର୍ଡସ୍‌ ଟେଷ୍ଟ୍‌ ପ୍ରଥମ ଦିନ ଖେଳ ବାତିଲ

ଲଣ୍ଡନ: ଲଗାଣ ବର୍ଷା ପାଇଁ ଐତିହାସିକ ଲର୍ଡସ ପଡ଼ିଆରେ ଆୟୋଜିତ  ହେଉଥିବା ଭାରତ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ୍‌ର ପ୍ରଥମ ଦିନ ଖେଳକୁ ବାତିଲ କରି ଦିଆଯାଇଛି। ଘରୋଇ ଇଂଲଣ୍ଡ ଏଜ୍‌ବାଷ୍ଟନ୍‌ ଟେଷ୍ଟ୍‌କୁ ରୋମାଞ୍ଚକର ଭାବେ ୩୧ ରନ୍‌ରେ ଜିତି ନେବା ପରେ ଏହି ଟେଷ୍ଟ୍‌ ଉପରେ ଭାରତୀୟ ପ୍ରଶଂସକଙ୍କ  ବିଶେଷ ନଜର ରହିଛି। ହେଲେ ବର୍ଷା ପାଇଁ ପ୍ରଥମ ଦିନରେ ଗୋଟିଏ ହେଲେ ବି ବଲ୍‌ ପଡ଼ି ନ ପାରିବା ପରେ ସେମାନେ ନିରାଶ ହୋଇଛନ୍ତି। ଗୁରୁବାର ଅମ୍ପାୟାର ଶେଷ ଥର ପାଇଁ ସ୍ଥାନୀୟ ସମୟ ଅପରାହ୍ନ ୪ଟା ୪୯ରେ ପଡ଼ିଆ ଅନୁଧ୍ୟାନ କରିଥିଲେ। ଏହା ଖେଳ ଉପଯୋଗୀ ନଥିବାରୁ ବାତିଲ ସଙ୍କେତ ଦେଇଥିଲେ। ୧୭ ବର୍ଷ ପରେ ଲର୍ଡସ୍‌ରେ ପ୍ରଥମ ଦିବସ ଖେଳ ସମ୍ପୂର୍ଣ୍ଣ ବାତିଲ ହୋଇଥିଲା। ଶେଷଥର ପାଇଁ ଏଠାରେ ୨୦୦୧ରେ ଇଂଲଣ୍ଡ-ପାକିସ୍ତାନ ପ୍ରଥମ ଦିବସ ଖେଳ ବାତିଲ ହୋଇଥିଲା।

ସମ୍ବନ୍ଧିତ ଖବର