ଷଷ୍ଠ ଥର ବାଲାନ୍ ଡି’ଓର୍ ଜିତିଲେ ମେସି

ପ୍ୟାରିସ୍: ଆର୍ଜେଣ୍ଟିନା ଫୁଟ୍‍ବଲ୍ ତାରକା ଲିଓନେଲ୍ ମେସି ଷଷ୍ଠ ଥର ଲାଗି ମର୍ଯ୍ୟାଦାଜନକ ବାଲାନ୍ ଡି’ଓର ପୁରସ୍କାର ପାଇଛନ୍ତି। ଏଥିସହିତ ସେ ସର୍ବାଧିକ ଥର ଏହି ପୁରସ୍କାର ଜିତିବାର କୀର୍ତ୍ତିମାନ କରିଥିଲେ। ପୂର୍ବରୁ ରୋନାଲ୍ଡୋ ଓ ମେସି ୫ ଥର ଲେଖାଏଁ ଏହି ପୁରସ୍କାର ଜିତିଥିଲେ। ଚଳିତ ବର୍ଷ ଏହି ପୁରସ୍କାର ଦୌଡ଼ରେ ଥିବା ଭିର୍ଜିଲ୍ ଭାନ୍ ଜିକ୍ ଦ୍ବିତୀୟ ଏବଂ ପର୍ତ୍ତୁଗାଲ୍ ତାରକା କ୍ରିଷ୍ଟିଆନୋ ରୋନାଲ୍ଡୋ ତୃତୀୟ ସ୍ଥାନରେ ରହିଥିଲେ। ଏହା ପୂର୍ବରୁ ମେସି ୨୦୦୯, ୨୦୧୦, ୨୦୧୧, ୨୦୧୨ ଓ ୨୦୧୫ରେ ଏହି ଟ୍ରଫି ଜିତିଥିଲେ। ଗତ ବର୍ଷ କ୍ରୋଏସିଆର ଲୁକା ମୋଡ୍ରିକ ଏହି ପୁରସ୍କାର ଜିତିଥିଲେ। ତେବେ ମହିଳା ବର୍ଗରେ ଆମେରିକାର ମଧ୍ୟଭାଗ ଖେଳାଳି ମେଗାନ୍ ରାପିନୋଏଙ୍କୁ ବାଲାନ୍ ଡି’ଓର ପୁରସ୍କାର ମିଳିଛି।

ସମ୍ବନ୍ଧିତ ଖବର