ଜାତୀୟ ୫-ଏ’ ସାଇଡ୍‌ ହକି ପାଇଁ ଓଡ଼ିଶା ଦଳ

କଟକ: ହକି ଇଣ୍ଡିଆ ପକ୍ଷରୁ ପୁନେଠାରେ ଦ୍ୱିତୀୟ ୫-ଏ’ ସାଇଡ୍‌ ଜାତୀୟ ବରିଷ୍ଠ ହକି ପ୍ରତିଯୋଗିତା ଅନୁଷ୍ଠିତ ହେବ। ଆସନ୍ତା ୧୪ରୁ ୧୯ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି ପ୍ରତିଯୋଗିତା ପାଇଁ ଓଡ଼ିଶାର ୧୦ ଜଣ ଲେଖାଏଁ ପୁରୁଷ ଓ ମହିଳା ଦଳର ଘୋଷଣା କରାଯାଇଛି। ପୁରୁଷ ଦଳରେ ଜ୍ଞାନପ୍ରକାଶ ମିଞ୍ଜ, ସଂଜୟ ଖାଲ୍‌କୋ, ନୀଲମ ସଂଜୀବ ଖେସ୍‌, ସୁମନ କୁଜୁର, ଦୀପକ ଜୋହନ କେର୍କେଟା, ରାକେଶ ଟେଟେ, ସୁରଜ ମିଞ୍ଜ, ଆଶିଷ କୁମାର ଟପ୍ନୋ, ତେଓଫିଲ କୁଜୁର ଏବଂ ମହିଳା ଦଳରେ ଆରତୀ ରେଶ୍‌ମା ଟପ୍ପୋ, ଖୁସ୍‌ବୁ କୁଜୁର, ସ୍ୱୟଂସୁଦ୍ଧା ସାହୁ, ପ୍ରିୟଙ୍କା ଏକ୍କା, ଦୀପ୍ତି ଲାକ୍ରା, ରୀମା ତିର୍କୀ, ପୁର୍ଣ୍ଣିମା ମିଞ୍ଜ, ଏଲିମା ମିଞ୍ଜ, ସଙ୍ଗୀତା ରୋଜ ସ୍ଥାନ ପାଇଛନ୍ତି। କାଳୁ ଚରଣ ଚୌଧୁରୀ ଏବଂ ଲୁସିଲା ଏକ୍କା ଯଥାକ୍ରମେ ପୁରୁଷ ଓ ମହିଳା ଦଳର ପ୍ରଶିକ୍ଷକ ନିଯୁକ୍ତ ହୋଇଛନ୍ତି। ଭୁବନେଶ୍ୱର କ୍ରୀଡ଼ା ଛାତ୍ରାବାସରେ ଗତ ଅକ୍ଟୋବର ୩୦ ତାରିଖରୁ ଚୟନ ଶିବିର ଆରମ୍ଭ ହୋଇଥିଲା। ଶିବିରରୁ ଏହି ଖେଳାଳିମାନେ ଚୟନ ହୋଇଥିଲାବେଳେ ଶନିବାର ଓଡ଼ିଶା ଦଳ ପୁନେ ଗ୍ରସ୍ତ କରିଛି। ମହିଳାରେ ପୁଲ୍‌ ଏ’ରେ ହରାୟାଣା, କର୍ଣ୍ଣାଟକ, ତାମିଲନାଡ଼ୁ ଏବଂ ପୁରୁଷରେ ପୁଲ୍‌ ବି’ରେ ହରିୟାଣା, ଝାଡ଼ଖଣ୍ଡ, ପଞ୍ଜାବ ସହିତ ଓଡ଼ିଶା ମ୍ୟାଚ ଖେଳିବ।

ସମ୍ବନ୍ଧିତ ଖବର