ହାର୍ଦ୍ଦିକ ପାଣ୍ଡ୍ୟା କ’ଣ ଚନ୍ଦ୍ରରୁ ଆସିଛନ୍ତି କି? ଜାଣନ୍ତୁ କାହିଁକି ଏଭଳି କହିଲେ ପ୍ରବୀଣ କୁମାର

ନୂଆଦିଲ୍ଲୀ: ଗୁଜରାଟ ଟାଇଟନ୍ସକୁ ପ୍ରଥମ ଆଇପିଏଲ୍‌ ଟ୍ରଫି ଜିତାଇଥିବା ହାର୍ଦ୍ଦିକ ପାଣ୍ଡ୍ୟା ଚଳିତ ସଂସ୍କରଣରେ ମୁମ୍ବାଇ ଇଣ୍ଡିଆନ୍ସ ସହ ସାମିଲ ହେଉଛନ୍ତି। ହାର୍ଦିକଙ୍କୁ ଟ୍ରେଡିଂ ଜରିଆରେ ଆଣିବା ପରେ ମୁମ୍ବାଇ ଇଣ୍ଡିଆନ୍ସ(ଏମଆଇ) ତାଙ୍କୁ ନେତୃତ୍ବ ଦେଇଛି। ନିୟମିତ ଅଧିନାୟକ ରୋହିତ ଶର୍ମାଙ୍କୁ ଦାୟିତ୍ବମୁକ୍ତ କରାଯିବା ସହ ପାଣ୍ଡ୍ୟାଙ୍କୁ ପରବର୍ତ୍ତୀ ଅଧିନାୟକ ଘୋଷଣା କରିଥିଲା ଏମଆଇ। ରୋହିତ ୨୦୧୩ରେ ରିକି ପଣ୍ଟିଂଙ୍କଠାରୁ ମୁମ୍ବାଇ ଇଣ୍ଡିଆନ୍ସ ନେତୃତ୍ବ ଭାର ଗ୍ରହଣ କରିଥିଲେ। ରୋହିତଙ୍କ ଅଧିନରେ ମୁମ୍ବାଇ ୫ଥର ଆଇପିଏଲ୍‌ ବିଜେତା ହୋଇଥିଲା। ଏହା ସତ୍ତ୍ବେ ବି ହାର୍ଦ୍ଦିକଙ୍କୁ ଅଧିନାୟକ କରାଯିବ‌ା ପରେ ରୋହିତଙ୍କ ପ୍ରଶଂସକଙ୍କୁ ଏହା ପସନ୍ଦ ଆସିନଥିଲା।

ଏବେ ଭାରତୀୟ ଟିମର ପୂର୍ବତନ ଦ୍ରୁତ ବୋଲର ପ୍ରବୀଣ କୁମାର ହାର୍ଦ୍ଦିକଙ୍କୁ ନେଇ ନିଜର ବିରକ୍ତି ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, “ସବୁ କ୍ରିକେଟର ଘରୋଇ କ୍ରିକେଟ ଖେଳିବେ ବୋଲି ବିସିସିଆଇ ନିୟମ ତିଆର କରିଛି। ସେ ଈଶାନ କିଶନ ହୁଅନ୍ତୁ ବା ଶ୍ରେୟସ ଅୟର ସମସ୍ତେ ଖେଳିବାକୁ ବାଧ୍ୟ। ଏମିତି କି ହାର୍ଦ୍ଦିକ ପାଣ୍ଡ୍ୟା ବି ଘରୋଇ କ୍ରିକେଟ ଖେଳିବା ଉଚିତ୍। ସେ ଚନ୍ଦ୍ରରୁ ଆସିନାହାନ୍ତି ଯେ, ଘରୋଇ କ୍ରିକେଟ ଖେଳିବେନି। ତାଙ୍କୁ ବି ଖେଳିବାକୁ ହେବ। ତାଙ୍କ ପାଇଁ ଅଲଗା ନିୟମ କ’ଣ ପାଇଁ? ଦେଶକୁ ତାଙ୍କର ଆବଶ୍ୟକତା ରହିଛି .. ଯଦି ସେ ଟେଷ୍ଟ କ୍ରିକେଟ୍ ଖେଳିବାକୁ ଚାହୁଁନାହାଁନ୍ତି, ତେବେ ଏହାକୁ ଲିଖିତ ଆକାରରେ ଦିଅନ୍ତୁ।”

ସମ୍ବନ୍ଧିତ ଖବର