ଜୋହାନେସବର୍ଗ ଟେଷ୍ଟ : ୩ୟ ଦିବସ ଖେଳ ଶେଷସୁଦ୍ଧା ଦକ୍ଷିଣ ଆଫ୍ରିକା ୧୧୮/୨

ଜୋହାନେସବର୍ଗ : ଜୋହାନ୍ସବର୍ଗର ଓ୍ବାଣ୍ଡରର୍ସ ଷ୍ଟାଡିୟମଠାରେ ଚାଲିଥିବା ଭାରତ-ଦକ୍ଷିଣ ଆଫ୍ରିକା ୨ୟ ଟେଷ୍ଟର ୩ୟ ଦିବସ ଖେଳ ଶେଷସୁଦ୍ଧା ଦକ୍ଷିଣ ଆଫ୍ରିକା ୨ ଓ୍ବିକେଟ ହରାଇ ୧୧୮ ରନ କରିଛି । ଦକ୍ଷିଣ ଆଫ୍ରିକାର ଓପନର ଏଇଡେନ ମାର୍କରାମ ୩୧ ରନ କରି ଆଉଟ ହୋଇଥିବାବେଳେ ଡିନ ଏଲଗାର ୪୬ରନରେ ଅପରାଜିତ ଅଛନ୍ତି । କିଗାନ ପିଟରସନ ୨୮ ରନ କରି ଆଉଟ ହୋଇଛନ୍ତି । ଏହା ପୂର୍ବରୁ ଭାରତ ନିଜର ୨ୟ ଇନିଂସରେ ୨୬୬ ରନରେ ଅଲଆଉଟ ହୋଇଯାଇଥିଲା । ଫଳରେ ଦକ୍ଷିଣ ଆଫ୍ରିକା ଆଗରେ ୨୪୦ ରନର ବିଜୟ ଲକ୍ଷ୍ୟ ରହିଥିଲା ।

ବିଜୟ ପାଇଁ ଦକ୍ଷିଣ ଆଫ୍ରିକା ଆଉ ୧୨୨ ରନ ଆବଶ୍ୟକ କରୁଥିବାବେଳେ ହାତରେ ୮ଟି ଓ୍ବିକେଟ୍ ରହିଛି । ଏଣୁ ସ୍ଥିତି ଦକ୍ଷିଣ ଆଫ୍ରିକା ପାଇଁ ଟିକିଏ ସୁବିଧାଜନକ ରହିଛି ।

ଗତକାଲି ଦକ୍ଷିଣ ଆଫ୍ରିକା ୨୨୯ରନରେ ଅଲଆଉଟ ହୋଇଯାଇଥିଲା । ଦଳ ପକ୍ଷରୁ କିଗାନ ପିଟରସନ ସର୍ବାଧିକ ୬୨ ରନ କରି ଆଉଟ ହୋଇଥିବାବେଳେ ବାଭୁମା ୫୧ ରନ କରିଥିଲେ । ଭାରତର ଶାର୍ଦ୍ଦୁଲ ଠାକୁରଙ୍କ ଘାତକ ବୋଲିଂ କରି ମାତ୍ର ୬୧ ରନ ଦେଇ ଦକ୍ଷିଣ ଆଫ୍ରିକାର ୭ଟି ଓ୍ବିକେଟ ନେଇଥିଲେ । ଭାରତ ନିଜର ପ୍ରଥମ ଇଂନିସରେ ମାତ୍ର ୨୦୨ ରନରେ ଅଲଆଉଟ୍ ହୋଇଯାଇଥିଲା ।

 

ସମ୍ବନ୍ଧିତ ଖବର