ଶତକ ବିନା ସ‌େର୍ବାଚ୍ଚ ବିଶ୍ବକପ୍‌ ସ୍କୋର୍‌

ନଟିଂହାମ୍‌ (ଟ୍ରେଣ୍ଟ୍‌ ବ୍ରିଜ୍‌): ଚଳିତ ବିଶ୍ବକପ୍‌ରେ ସୋମବାର ଏଠାରେ ଆୟୋଜକ ଇଂଲଣ୍ଡ୍‌ ବିପକ୍ଷରେ ପ୍ରଥମେ ବ୍ୟାଟିଂ କରିଥିବା ପାକିସ୍ତାନ ୮ ୱିକେଟ୍‌ ବିନିମୟରେ ୩୪୮ ରନ୍‌ କରିଥିଲା। ଏତେବଡ଼ ଦଳୀୟ ସ୍କୋର୍‌ ମଧ୍ୟରେ ପାକିସ୍ତାନର ଜଣେ ହେଲେ ବ୍ୟାଟ୍‌ସମ୍ୟାନ୍‌ ବି ଶତକ ହାସଲ କରିପାରିନଥିଲେ। ମହମ୍ମଦ ହାଫିଜ୍‌ (୮୪), ବାବର ଆଜମ (୬୪) ଓ ଅଧିନାୟକ ସର୍ଫରାଜ ଅହମ୍ମଦ (୫୫) ଅର୍ଧଶତକ ଜମାଇଥିଲେ ମଧ୍ୟ ବ୍ୟକ୍ତିଗତ ଭା‌ବେ କେହି ତିନି ଅଙ୍କ ଛୁଇଁ ପାରିନଥିଲେ। ଫଳରେ ଗୋଟିଏ ବି ବ୍ୟକ୍ତିଗତ ଶତକ ବିନା ପାକିସ୍ତାନର ୩୪୮/୮ ବିଶ୍ବକପ୍‌ ଇତିହାସରେ କୌଣସି ଦଳ ପାଇଁ ସର୍ବୋଚ୍ଚ ସ୍କୋର୍‌ କୀର୍ତିମାନ ପାଇଛି। ଏହି କୀର୍ତିମାନ ଦକ୍ଷିଣ ଆଫ୍ରିକା ନାମରେ ଏପର୍ଯ୍ୟନ୍ତ ରହିଥିଲା। ଦକ୍ଷିଣ ଆଫ୍ରିକା ୨୦୧୫ ବିଶ୍ବକପ୍‌ରେ ୟୁଏଇ ବିପକ୍ଷ ୱେଲିଂଟନ୍‌ ମ୍ୟାଚ୍‌ରେ ୩୪୧/୬ କରିଥିଲା। ‌ଯେଉଁଥିରେ ଜଣେ ହେଲେ ବି ଶତକ ହାସଲ କରିନଥିଲେ। ପୁଣି କୌଣସି ବ୍ୟକ୍ତିଗତ ଶତକ ବିନା ବିଶ୍ବକପ୍‌ରେ ଦଳୀୟ ସ୍କୋର୍‌ ୩୦୦ ଟପିବା ପାକିସ୍ତାନ ପାଇଁ ତୃତୀୟ ଥର ଦେଖିବାକୁ ମିଳିଛି। ଏହା ପୂର୍ବରୁ ପାକିସ୍ତାନ ୧୯୮୩ ବିଶ୍ବକପ୍‌ରେ ଶ୍ରୀଲଙ୍କା ବିପକ୍ଷରେ ୩୩୮/୫ ଏବଂ ୨୦୧୫ ବିଶ୍ବକପ୍‌ରେ ୟୁଏଇ ବିପକ୍ଷରେ ୩୩୯/୬ କରିଥିଲା।

ସମ୍ବନ୍ଧିତ ଖବର