ଟଙ୍କା ଛଡ଼େଇ ଯୁବକ ଗିରଫ

ବଲିଅନ୍ତା: ଜଣେ ୪୦୭ ଗାଡ଼ି ଚାଳକଙ୍କୁ ମାଡ଼ମାରି ତାଙ୍କ ନିକଟରୁ ୫ ହଜାର ଟଙ୍କା ଛଡ଼ାଇ ନେବା ମାମଲାରେ ଆଜି ପାହାଳ ଫାଣ୍ଡି ପୁଲିସ ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେ ହେଲା ବାଲିଅନ୍ତା ଥାନା ଓ ପଞ୍ଚାୟତ ଅନ୍ତର୍ଗତ ତିରଣପଦା ଗ୍ରାମର ପିଣ୍ଟୁ ଦାସ(୨୪)। ତେବେ କୋର୍ଟରେ ଜାମିନ ନାମଂଜୁର ହୋଇଯିବାରୁ ପିଣ୍ଟୁକୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ଥାନା ଅଧିକାରୀ କହିଛନ୍ତି। ପିଣ୍ଟୁ ବିରୋଧରେ ଗାଡ଼ି ଚାଳକ ମନୋଜ ସିଂହ ବାଲିଅନ୍ତା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପାହାଳ ଫାଣ୍ଡି ଅଧିକାରୀ କାଶୀନାଥ ହାଂସଦାଙ୍କ ସୂଚନାନୁଯାୟୀ ପିଣ୍ଟୁ ନାମରେ ପୂର୍ବରୁ ଏକାଧିକ ମାମଲା ରହିଛି। ମନୋଜ ଇଟାଭାଟିରେ ଗାଡ଼ି ଚଳାନ୍ତି। ଗତକାଲି ଅପରାହ୍‌ଣରେ ମନୋଜ ଇଟା ଲଗାଇ ଭଡ଼ା ଟଙ୍କା ଧରି ଫେରୁଥିବାବେଳେ ପିଣ୍ଟୁ ଓ ତାର ଅନ୍ୟ ଦୁଇ ସହଯୋଗୀ ଆକ୍ରମଣ କରି ୫୦୦୦ ଟଙ୍କା ଛଡ଼ାଇ ନେଇଥିଲେ। ଅଭିଯୋଗକୁ ଭିତ୍ତି କରି ପୁଲିସ ପିଣ୍ଟୁକୁ ଗିରଫ କରିଥିବା ବେଳେ ତାର ଅନ୍ୟ ଦୁଇ ସହଯୋଗୀ ଫେରାର ହୋଇଯାଇଛନ୍ତି।

ସମ୍ବନ୍ଧିତ ଖବର