କଟକ: ବାରବାଟୀ ଷ୍ଟାଡିୟମସ୍ଥିତ ସଚିନ୍ ତେନ୍ଦୁଲକର ଇଣ୍ଡୋର ହଲ୍ରେ ଆୟୋଜିତ ଓ୍ଵାଇଜିଟିଟିଏ ଟେବୁଲ୍ ଟେନିସ୍ ପ୍ରତିଯୋଗିତା ଶନିବାର ଉଦ୍ଯାପିତ ହୋଇଛି। ପୁରୁଷ ଏକକ ଫାଇନାଲ୍ରେ ବିକାଶ ସିଂହ ୪-୧ରେ ସ୍ନେହମୟ ମଲ୍ଲିକଙ୍କୁ ହରାଇ ବିଜେତା ହୋଇଛନ୍ତି। ମହିଳା ଏକକରେ ଅଙ୍କିତା ସେନାପତି ୪-୧ରେ ପୌଷାଳି ଘାତକଙ୍କୁ ପରାସ୍ତ କରିଥିଲେ। ୟୁଥ୍ ବାଳକରେ ସାହିଲ ସୁମନ ଭୂୟାଁ ୩-୧ରେ ଏମ୍.ଇଶ୍ୱର ରାଓଙ୍କୁ, କନିଷ୍ଠ ବାଳକରେ କୃଷ୍ଣନ୍ ପୃଷ୍ଟି ୩-୨ରେ ସାହିଲ ସୁମନ ଭୂୟାଁଙ୍କୁ, କନିଷ୍ଠ ବାଳିକାରେ ଶ୍ୱେତପଦ୍ମା ଦଳେଇ ୩-୧ରେ ୟୋସିତା ଜାମୁଲାଙ୍କୁ, ଉପ କନିଷ୍ଠ ବାଳକରେ ସାହିଲ ସୁମନ ଭୂୟାଁ ୩-୦ରେ ଦ୍ୱାରିକାନାଥ ସ୍ୱାଇଁଙ୍କୁ, ଉପ କନିଷ୍ଠ ବାଳିକାରେ ଶ୍ୱେତପଦ୍ମା ଦଳାଇ ୩-୦ରେ ସୁଶ୍ରୀ ପଟ୍ଟନାୟକଙ୍କୁ, କ୍ୟାଡେଟ୍ ବାଳକରେ ଅନିନ୍ଦ୍ୟ ଅନୁପମ ଦାସ ୩-୦ରେ ଜିଜ୍ଞାସୁ ସାହୁଙ୍କୁ, କ୍ୟାଡେଟ୍ ବାଳିକାରେ ଶ୍ୱେତପଦ୍ମା ଦଳାଇ ୩-୦ରେ ସ୍ୱସ୍ତିକା ଅଦାବରଙ୍କୁ ହରାଇ ବିଜେତା ହୋଇଛନ୍ତି। ଉଦ୍ଯାପନୀ ସମାରୋହରେ ଓଡ଼ିଶା ଦୌଡ଼କୁଦ ସଂଘର ସମ୍ପାଦକ ଆଶୀର୍ବାଦ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଟେବୁଲ ଟେନିସ୍ ସଂଘ ସମ୍ପାଦକ ରବୀନ୍ଦ୍ର କୁମାର ପରିଡ଼ା, ସଂଗଠନ ସମ୍ପାଦକ ନିହାର ରଂଜନ ମିଶ୍ର, ଉପ ସଭାପତି ଚିତ୍ତରଂଜନ ମହାନ୍ତି, ଓ୍ଵାଇଜିଟିଟିଏ ସଭାପତି ଗୌରୀଚନ୍ଦ୍ର ବୋଷ ଉପସ୍ଥିତ ଥିଲେ। ମୁଖ୍ୟ ରେଫରୀ ଜୀବନ ବଲ୍ଲକ ସାମଲ, ତପନ ଖା, ସୁଜିତ ରାଏ, ବିଜନ ଦାସମହାପାତ୍ର, କେଏସ୍ଏନ୍ ମୂର୍ତ୍ତି, ଚିନ୍ନା ରାଓ, କେଭିପି ରାମାରାଓ, ସହିଦ ହୁସେନ୍ ପ୍ରତିଯୋଗିତାକୁ ପରିଚାଳନା କରିଥିଲେ।