ଅକ୍ଟୋବର ୬ରେ ଭାରତ-ପାକିସ୍ତାନ ଲଢ଼େଇ

ଦୁବାଇ: ଆଇସିସି ରବିବାର ଆଗାମୀ ମହିଳା ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଲାଗି ଗ୍ରୁପ୍‌ ଓ ସୂଚୀ ପ୍ରକାଶ କରିଛି। ବାଂଲାଦେଶରେ ଅକ୍ଟୋବର ୩ରୁ ୨୦ ପର୍ଯ୍ୟନ୍ତ ଏହି ପ୍ରତିଯୋଗିତା ଆୟୋଜିତ ହେବ। ଭାରତ ଗ୍ରୁପ୍‌-ଏ’ରେ ୬ ଥରର ବିଜେତା ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, ପାକିସ୍ତାନ ଓ କ୍ବାଲିଫାୟାର ୧ ଦଳ ସହ ରହିଛି। ଗ୍ରୁପ୍‌-ବି’ରେ ଆୟୋଜକ ବାଂଲାଦେଶ, ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ, ୱେଷ୍ଟ୍‌ଇଣ୍ଡିଜ୍‌, କ୍ବାଲିଫାୟାର ୨ ଦଳ ରହିଛନ୍ତି। ଭାରତ ‌ଅକ୍ଟୋବର ୪ରେ ସିଲହଟ୍‌ରେ ନ୍ୟୁଜିଲାଣ୍ଡ ବିପକ୍ଷରୁ ଅଭିଯାନ ଆରମ୍ଭ କରିବ। ଏହାପରେ ୬ରେ ଚିରପ୍ରତିଦ୍ବନ୍ଦ୍ବୀ ପାକିସ୍ତାନକୁ ସିଲହଟ୍‌ରେ ଭଟିବ। ଉଭୟ ଗ୍ରୁପ୍‌ର ଦୁଇ ଶୀର୍ଷ ଦଳ ସେମିଫାଇନାଲ୍‌ରେ ପ୍ରବେଶ କରିବେ। ସେମିଫାଇନାଲ୍‌ ଦ୍ବୟ ୧୭ ଓ ୧୮ରେ ଯଥାକ୍ରମେ ସିଲାଟ୍‌ ଓ ଢାକାରେ ଖେଳାଯିବ। ୨୦ରେ ଫାଇନାଲ୍‌ ମ୍ୟାଚ୍‌ ଢାକାରେ ଆୟୋଜିତ ହେବ। ଏହି ୧୦ ଦଳୀୟ ପ୍ରତିଯୋଗିତାରେ ୧୯ ଦିନରେ ମୋଟ ୨୩ ମ୍ୟାଚ୍‌ ଖେଳାଯିବ।

ସମ୍ବନ୍ଧିତ ଖବର