ତୃତୀୟ ପର୍ଯ୍ୟାୟ ରଥକାଠ ପହଞ୍ଚିଲା

ପୁରୀ: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ ଅସନ, ୪୦ ଫୁଟିଆ ଧଉରା ରଥକାଠ ଆସି ପହଞ୍ଚିଛି।

ନୟାଗଡ଼ର ମହିପୁର ଜଙ୍ଗଲ ଅଞ୍ଚଳରୁ ୨୫ଟି ରଥକାଠ ଆସି ରଥଖଳାରେ ପହଞ୍ଚିଛି। ରଥର ଗୟଳ, ଅଖ ଓ ଦଣ୍ଡା ନିର୍ମାଣ କାର୍ଯ୍ୟରେ ଏସବୁ ରଥକାଠ ବ୍ୟବହୃତ ହେବ ।

ଗତବର୍ଷ ଠାରୁ ୫୩ ଖଣ୍ଡ କାଠ ବଳକା ହୋଇଥିବା ବେଳେ ଚଳିତ ବର୍ଷ ଆଉ ୮ଶହ ୧୨ ଖଣ୍ଡ କାଠର ଆବଶ୍ୟକତା ରହିଛି । ୧୨୭ଟି କାଠ ରଥଖଳାରେ ଏବଂ ୩୩ଟି କାଠ କରତ କଳରେ ପହଞ୍ଚି ସାରିଛି ।

ସମ୍ବନ୍ଧିତ ଖବର