୩ ବର୍ଷର ଶିଶୁପୁତ୍ରକୁ ଦୁଷ୍କର୍ମ! ଥାନାରେ ମାମଲା

ବଲାଙ୍ଗୀର : ଜଣେ ୩ ବର୍ଷର ଶିଶୁପୁତ୍ରକୁ ଦୁଷ୍କର୍ମ ହୋଇଥିବା ନେଇ ବଲାଙ୍ଗୀର ଟାଉନ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ପାଇବା ପରେ ପୁଲିସ ଅଭିଯୁକ୍ତକୁ ଖୋଜିବା ଆରମ୍ଭ କରିଛି।

ଅଭିଯୋଗରୁ ଜଣାଯାଏ ଯେ, ବାହାର ଅଂଚଳର ଜଣେ ଯୁବକ ଜଣଙ୍କ ଘରେ ଘରଭଡ଼ା ନେଇ ରହୁଥିଲେ। ଘର ମାଲିକଙ୍କ ଶିଶୁପୁତ୍ରକୁ ତାଙ୍କ କ୍ୱାଟରକୁ ଅପରାହ୍ନରେ ଡାକି ଦୁଷ୍କର୍ମ କରିଥିଲେ। ଏହାପରେ ଶିଶୁପୁତ୍ରକୁ ଘରକୁ ପଠାଇ ଦେଇ ସେ କୁଆଡ଼େ ଚାଲିଯାଇଥିଲେ। ଶିଶୁଟି ସବୁ ଘଟଣା ମା’କୁ କହିବା ପରେ କଥା ପ୍ରଘଟ ହୋଇଥିଲା। ପରିବାର ଲୋକେ ଶିଶୁକୁ ପ୍ରଥମେ ଡାକ୍ତରଖାନା ନେଇ ଚିକିତ୍ସା କରାଇଥିଲେ। ପରେ ଥାନାରେ ବି ଲିଖିତ ଅଭିଯୋଗ କରିଥିଲେ। ଏ ସଂପର୍କରେ ଟାଉନ ଥାନା ଅଧିକାରୀ ସଂଗ୍ରାମ ପଟ୍ଟନାୟକଙ୍କୁ ଯୋଗାଯୋଗ କରିଥିଲେ ହେଁ ସେ ଫୋନ ରିସିଭ କରିନଥିଲେ।

ସମ୍ବନ୍ଧିତ ଖବର