ଭଗବାନ ଶିବଙ୍କ ନିକଟରେ ବସି ମନ୍ତ୍ରୀ ପଢ଼ିବା ପରେ ନିଜ ଜିଭ କାଟିଦେଲେ ଭକ୍ତ

ନୂଆଦିଲ୍ଲୀ: ଛତିଶଗଡ଼ର ଦୁର୍ଗ ଜିଲ୍ଲାରୁ ବୁଧବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ଭକ୍ତ ମନ୍ଦିରକୁ ଆସି ମନ୍ତ୍ର ପଢ଼ିବା ପରେ ଜିଭ କାଟି ଦେଇଥିଲେ। ଏହାପରେ ମନ୍ଦିର ପରିସରରେ ଥିବା ଅନ୍ୟଲୋକମାନେ ପୁଲିସକୁ ଘଟଣା ବିଷୟରେ ଖବର ଦେଇ ଗୁରୁତର ଅବସ୍ଥାରେ ଉକ୍ତ ଭକ୍ତଙ୍କୁ  ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଥିଲେ।

ଏହି ଘଟଣାର ଯାଞ୍ଚ କରୁଥିବା ପୁଲିସ ଅଧିକାରୀ କହିଛନ୍ତି, ‘ ବୁଧବାର ସକାଳେ ଦୁର୍ଗ ଜିଲ୍ଲାର‌ ଅଞ୍ଜୋରା ପୁଲିସ ଷ୍ଟେସନ ଅଧୀନସ୍ଥ ଥନୋଦ ଗ୍ରାମରେ ଏହି ଅଭାବନୀୟ ଘଟଣା ଘଟିଛି। ଏଠାରେ ରହୁଥିବା ରାଜେଶ୍ବର ନିଷାଦ ଗ୍ରାମରେ ଏକ ଶିବ ମନ୍ଦିରକୁ ଯାଇଥିଲେ।

ସେଠାରେ ଭଗବାନ ଶିବଙ୍କୁ ଦର୍ଶନ କରିବା ପରେ କିଛି ମନ୍ତ୍ର ଉଚ୍ଚାରଣ କରିଥିଲେ। ମନ୍ତ୍ର ଉଚ୍ଚାରଣ କରି କିଛି ସମୟ ଧ୍ୟାନରେ ବସିବା ପରେ କେହି କିଛି ବୁଝିବା ପୂର୍ବରୁ ରାଜେଶ୍ବର ତାଙ୍କ ଜିଭକୁ ଛୁରୀରେ କାଟି ଭଗବାନ ଶିବଙ୍କ ନିକଟରେ ଥିବା  ଏକ ପଥର ଉପରେ ଅର୍ପଣ କରି ଦେଇଥିଲେ। ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକେ ଏଦୃଶ୍ୟ ଦେଖି ଭୟଭୀତ ହୋଇ ପୁଲିସକୁ ଖବର ଦେଇ ଆମ୍ବୁଲାନ୍ସକୁ ଡାକିଥିଲେ।

ପ୍ରାଥିମକ ଯାଞ୍ଚରୁ ନିଷାଦ ଅନ୍ଧବିଶ୍ବସର ବଶବର୍ତ୍ତୀ ହୋଇ ଏପରି କରିଥିବା ଜଣାପଡ଼ିଛି। ଗ୍ରାମାବସୀଙ୍କ କହିବାନୁସାରେ ନିଷାଦଙ୍କ ସ୍ତ୍ରୀ କଥା କହି ପାରନ୍ତି ନେଇ ତେଣୁ ସେ ଭଗବାନ ଶିବଙ୍କ ନିକଟର କରିଥିବା କିଛି ମନସ୍କାମନା ପାଇଁ ଏପରି କରିଥାଇ ପାରନ୍ତି ବୋଲି ଅନୁମାନ କରାଯାଉଛି।

ସମ୍ବନ୍ଧିତ ଖବର