ଅଖିଳ ଭାରତୀୟ ଶିଳ୍ପ କୌଶଳ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କଲେ ଓଡିଶାରୁ ବିକାଶ ଚନ୍ଦ୍ର ନାୟକ ଏବଂ ସଦାଶିବ ସାମନ୍ତରାୟ

ଭୁବନେଶ୍ୱର : ୫୫ତମ ଅଖିଳ ଭାରତୀୟ ଶିଳ୍ପ କୌଶଳ ପ୍ରତିଯୋଗିତାରେ ଓଡିଶାରୁ ବିକାଶ ଚନ୍ଦ୍ର ନାୟକ ଏବଂ ସଦାଶିବ ସାମନ୍ତରାୟ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ବିକାଶ ସରକାରୀ ଆଇଟିଆଇ, ତୋଳଚେରରୁ ଫିଟର ଟ୍ରେଡର ତାଲିମ ନେଇଥିଲେ। ସେ ଏହି ପ୍ରତିଯୋଗିତାରେ ସର୍ବଶ୍ରେଷ୍ଠ କୁଶଳୀ କାରିଗର ହେବାର ଗୌରବ ଅର୍ଜନ କରିଛନ୍ତି। ସରକାରୀ ଆଇଟିଆଇ, ତାଳଚେରକୁ ଫିଟର ଟ୍ରେଡରେ ସର୍ବଶ୍ରେଷ୍ଠ ତାଲିମ ଅନୁଷ୍ଠାନ ଭାବେ ମାନ୍ୟତା ଦିଆଯାଇଛି। ବର୍ତ୍ତମାନ ବିକାଶ ଯାଜପୁରସ୍ଥିତ କଳିଙ୍ଗନଗର ଟାଟା ଷ୍ଟିଲ କମ୍ପାନୀରେ ଏପ୍ରେଣ୍ଟାଇସିପ୍ କରୁଛନ୍ତି।

ସେହିପରି ସଦାଶିବ ସରକାରୀ ଆଇଟିଆଇ, ବାଲେଶ୍ୱରରୁ ଟର୍ନର ଟ୍ରେଡର ତାଲିମ ନେଇଥିଲେ। ବିଭାଗୀୟ ଶିକ୍ଷକମାନଙ୍କ ତାଲିମ ଏବଂ ଶିକ୍ଷାଦାନ ଯୋଗୁଁ ୨୦୧୮ରେ ଆୟୋଜିତ ସର୍ବଭାରତୀୟ ଟ୍ରେଡ ପରୀକ୍ଷାରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ତାଙ୍କର ପ୍ରଗାଢ଼ ଆଗ୍ରହ ଓ ଚେଷ୍ଟା ଦେଖି ଅନୁଷ୍ଠାନର ଅଧ୍ୟକ୍ଷ ଇଂ କୃଷ୍ଣଚନ୍ଦ୍ର ରାଉତଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ବିଭାଗୀୟ ଶିକ୍ଷକ ମାନଙ୍କ ଦ୍ୱାରା ବିଶେଷ ତାଲିମର ବ୍ୟବସ୍ଥା କରାଯାଇଥିଲା। ଫଳସ୍ବରୂପ ସେ ରାଜ୍ୟସ୍ତରୀୟ ବିଭାଗୀୟ ପ୍ରତିଯୋଗୀତାରେ ଶ୍ରେଷ୍ଠ କୃତିତ୍ବ ହାସଲ କରିଥିଲେ। ସେ ୫୫ତମ ଅଖିଳ ଭାରତୀୟ ଶିଳ୍ପ କୌଶଳ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ସର୍ବଭାରତୀୟ ସ୍ତରରେ ଟର୍ନର ଟ୍ରେଡର ଶ୍ରେଷ୍ଠ କୁଶଳୀ କାରିଗର ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ସେହିପରି ସରକାରୀ ଆଇଆଇଟି, ବାଲେଶ୍ୱରର ଟର୍ନର ବିଭାଗକୁ ସର୍ବଶ୍ରେଷ୍ଠ ତାଲିମ ଅନୁଷ୍ଠାନ ଭାବେ ଘୋଷଣା କରାଯାଇଛି।

ସମ୍ବନ୍ଧିତ ଖବର